ବୁଗୁଡା : ମଙ୍ଗଳବାର ଅପରାହ୍ନ ୨ ଘଣ୍ଟା ସୁଦ୍ଧା ଅନ୍ୟ ରାଜ୍ୟରୁ ଆସିଥିବା ୩୬୬ ଜଣ ପଞ୍ଜୀକୃତ

0 2

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ଅନ୍ୟ ରାଜ୍ୟରୁ ବୁଗୁଡା ବ୍ଲକକୁ  ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସୋମବାର ଦିନ ୨୯୬ ଜଣ ପଞ୍ଜୀକୃତ କରିଥିବା ବେଳେ ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ଆଉ ୭୦ଜଣ ପଞ୍ଜୀକୃତ ହୋଇ ମୋଟ ୩୬୬ ଜଣ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ପଞ୍ଜୀକୃତ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖିବାକୁ ମିଳିନଥିବା ଜଣାପଡିଛି। ଗତକାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଏକ ଭିଡ଼ିଓ କନଫେରେନ୍ସ କରି କରୋନା ସ୍ଥତି ସମ୍ପର୍କରେ ଆଲୋଚନା କରିଥିଲେ। ବୁଗୁଡ଼ାରେ ବ୍ଲକ ଭିଡ଼ିଓ କନଫେରେନ୍ସ ହଲରେ ବୁଗୁଡା ବ୍ଲକ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ସୋମବାର ସନ୍ଧ୍ୟା ୭ ଘଣ୍ଟା ସୁଦ୍ଧା ଅନ୍ୟ ରାଜ୍ୟରୁ ଆସିଥିବା ୨୯୬ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ବ୍ୟକ୍ତି ଠାରେ କରୋନା ସଂକ୍ରମଣ ଲକ୍ଷଣ ନଥିବା ଜିଲାପାଳଙ୍କୁ ଅବଗତ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା,ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା,ବିଇଓ ରସାନନ୍ଦ କର,ବାଲିପଦର ଡାକ୍ତର ଅଂଶୁ ଦାଶ, ମାଣିତରା ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ବୃନ୍ଦ ଯୋଗଦେଇଥିଲେ।କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କରୋନା ସମ୍ପର୍କିତ ନଥିପତ୍ରକୁ ଜିଲାପାଳ ଉଚ୍ଚ ପ୍ରଶଂସା କରିଥିବା ବେଳେ ମାଣିତରା ବ୍ୟବହାର କରିଥିବା ଫର୍ମେଟକୁ ଇଂରାଜୀ ଭାଷାରେ ନଲେଖି ଓଡ଼ିଆରେ ଲେଖିବାକୁ ପରାମର୍ଶ ଦେବାସହ ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରକାରେ ବୁଗୁଡା ବ୍ଲକର ସମସ୍ତେ ସେହି ପ୍ରକାର ଫର୍ମେଟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.