ବୋୖଦ୍ଧ(ଶାସକପ୍ରଶାସକ)ସାରା ବିଶ୍ବରେ କରୋନା ଭାଇରସ ମହାମାରୀ ରୁପରେ ହଜାର ହଜାର ମୁଣ୍ଡ ନେଲାଣି । ଗତ କାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ଓଡ଼ିଶା ଲଗ ଡାଉନ ଘୋଷଣା କରାଯାଇଥିବା ବେଳେ ପୁନର୍ବାର କେନ୍ଦ୍ରସରକାର ଙ୍କ ପକ୍ଷରୁ ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ଲଗଡାଉନ ଘୋଷଣା କରିଥିଲେ । ଏଥିସହ ଓଡ଼ିଶାର ସମସ୍ତ ଜିଲ୍ଲାପାଳ ଙ୍କୁ ଲଗଡାଉନ ସଫଳତା ଓ ସଚେତନତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ମଧ୍ୟ ରାତ୍ରୀରୁ ଲଗ ଡାଉନ ଘୋଷଣା କରାଯାଇଥିବା ବେଳେ ବୋୖଦ୍ଧ ଜିଲ୍ଲାର 57 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପ୍ରମୁଖ ସହର ପୁରୁଣାକଟକ ରେ ପୋଲିସ ପ୍ରଶାସନ ପକ୍ଷରୁ ହେଉ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ଜନ ଗହଳି ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଲୋକେ ପରିବା କିଣିବା ପାଇଁ ସକାଳୁ ଗହଳି ଜମାଇଛନ୍ତି । ଫଳରେ ଭାଇରସ ରୋକିବାରେ ପୋଲିସ ପ୍ରଶାସନ ପ୍ରାୟତଃ ଅସଫଳ ହୋଇଛି ।
Sign in
Sign in
Recover your password.
A password will be e-mailed to you.