ଭୁବନେଶ୍ୱର( ଶାସକ ପ୍ରଶାସକ) :ଦିନକୁ ଦିନ କରୋନା ଭୁତାଣୁ ରୋଗର ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର ତଥା ଅନ୍ୟାନ୍ୟ ସେବାକାରୀ ମାନଙ୍କୁ ପ୍ରଶଂସା କରିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଡିସନ୍ଧି ମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ସେବା କରୁଥିବା ସେବାକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଉ ଏହାକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନବେଳେ ରାଜ୍ୟ ବ୍ୟାପି ଲକ ଦଉନ ଘୋଷଣା କରିଥିବା ବେଳେ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବ୍ୟାପି ଲକ ଡାଉନ(ଏକ ପ୍ରକାର କର୍ଫ୍ୟୁ) ଘୋଷଣା କରିଛନ୍ତି | ଏହି ଅବସରରେ କରୋନା ପିଡୀତଙ୍କ ସହାୟତା ପାଇଁ ସହଯୋଗର ହାତ ବଢାଇବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ବିଭିନ୍ନ ମହଲରୁ ଚହୁଁଛି ସହାୟତାର ପ୍ରତିଶ୍ରୁତି | ଏହି ସମୟରେ ନିଜ ସାମାଜିକ ଦାୟିତ୍ୱବୋଧତାର ନିଦର୍ଶନ ସ୍ୱରୂପ ଜଣାଶୁଣା ଚଳଚିତ୍ର ନିର୍ମାତା ତଥା ପ୍ରବାସୀ ଓଡ଼ିଆ ଅକ୍ଷୟ କୁମାର ପରିଜା | ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି | ରାଜ୍ୟ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ବାବଦରେ ପାଇଥିବା ୫୦୦୦୦ ଟଙ୍କା ସହ ଆଉ ୫୦୦୦୦ ଟଙ୍କା ମିଶାଇ ମୋଟ ୧୦୦୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ସମ୍ପର୍କରେ ନିଜ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି ଶ୍ରୀ ପରିଜା | ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି ଶ୍ରୀ ପରିଜା |
Sign in
Sign in
Recover your password.
A password will be e-mailed to you.