ଆଳୁ ଓ ପିଆଜ କଳାବଜାରୀ ଅଭିଯୋଗ : ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା କୁ ନେଇ ହୁ ହୁ ହୋଇ ପରିବା ସହ ଆଳୁ ଓ ଅନ୍ୟାନ୍ୟ  ଖାଦ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସାରା ରାଜ୍ୟ ସମେସ୍ତ ମୟୁରଭଂଜ ଜିଲ୍ଲା କୁ ଲକ ଡାଉନ ଘୋଷଣା କରିବା ପରେ କିଛି ମୁନାଫା ଖୋର ବ୍ୟବସାୟୀ ମାନେ ତାଙ୍କର ଅସାଧୁ ବ୍ୟବସାୟୀ ଆରମ୍ଭ କରି ଥିବା ଦେଖିବାକୁ ମିଳିଛି। ନିଜର ସ୍ୱାର୍ଥ ପାଇଁ ଅସାଧୁ ବ୍ୟବସାୟୀ ମାନେ ଚଢ଼ା ଦରରେ ଆଳୁ ବିକ୍ରି ବେଳେ ପ୍ରଶାସନର ଲୁଚକାଳିରେ କଳାବ୍ୟବସାୟ କରୁଛନ୍ତି। ମୟୁରଭଞ୍ଜଙ୍କୁ ଲାଗି ରହିଥିବା ପଡୋଶୀ ରାଜ୍ୟ ମାନଙ୍କ ସୀମା ବନ୍ଦ କରାଯାଇଥିବାରୁ ମାଲ ପରିବହନ କରିବାରେ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି ଆଳୁ, ପିଆଜ ଚଢ଼ା ଦରରେ ବିକ୍ରି ହେଉଥିବା ଖବର ପାଇ ଜିଲା ଯୋଗାଣ ବିଭାଗ ଅଧିକାରୀ ବାରିପଦା ସହରର ବିଭିନ୍ନ  ସ୍ଥାନରେ ଚଢ଼ାଉ କରିଥିଲେ।

 

Leave A Reply

Your email address will not be published.