ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଊତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-(୧) ତଥା ଚିଲଡେ଼୍ରନ କୋର୍ଟ ଜଜ୍ ଅଜିତ କୁମାର ସିଂ ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ପିଉସୀ ପୁଅ ଭାଇକୁ ଦୋଷୀ ସାବ୍ୟସ୍ତ କରାଇ ୧୦ ବର୍ଷ କାରାଦଣ୍ଡ, ୧୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ କାରଦଣ୍ଡ ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବଡ଼ସାହି ଥାନା ଅଞ୍ଚଳର ଜନୈକ ନାବାଳିକା ୨୦୧୩ ଡ଼ିସେମ୍ବର ୨୯ ସନ୍ଧ୍ୟା ୫ଟା ସମୟରେ ଫୁଟବଲ ମ୍ୟାଚ ଦେଖି ଘରକୁ ଫେରୁଥିବା ବେଳେ ତାର ପିଉସୀ ପୁଅ ଭାଇ ପାମ୍ପଡ଼ ଖୁଆଇବା ବାହାନାରେ ଏକ ଆମ୍ବ ବାଗାନକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏ ବିଷୟରେ ନାବାଳିକା ଘରେ ପହଁଞ୍ଚି ତାର ମାଙ୍କୁ ସମସ୍ତ ବିଷୟ ଜଣାଇବା ପରେ ପିଡ଼ିତାର ବାପା ବଡ଼ସାହି ଥାନାରେ ୩୦.୧୨.୨୦୧୩ରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଅଭିଯୁକ୍ତ ପିଉସୀ ପୁଅ ଭାଇ ନାମରେ କେଶ ନଂ ୧୫୦/୨୦୧୩ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଅପ୍ରେଲ ୧୧ ବୁଧବାର ମାମଲାରେ ରହିଥିବା ମୋଟ ୧୧ ସାକ୍ଷୀମାନଙ୍କର ବୟାନ, ଡ଼ାକ୍ତରୀ ରିପୋର୍ଟ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ ପଟ୍ଟନାୟକ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.