ଜୁନାଗଡ : କରୋନା ସଚେତନତା ପାଇଁ ପୋଲିସ ଓ ତହସିଲଦାରଙ୍କ ପକ୍ଷରୁ ଉଦ୍ୟମ 

0 2

ଜୁନାଗଡ/ଆଦିତ୍ୟ ମହାନ୍ତି : କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ଜୁନାଗଡରେ ବି ଦେଖିବାକୁ ମିଳିଛି | ଗତକାଲି ଲୋକମାନେ ଜନତା କର୍ଫ୍ୟୁ ପାଳନ କରିବା ସହ ତାଳି ମାରି ଥାଳି ବଜାଇ କରୋନା ବିରୋଧୀ ଲଢେଇରେ ସାମିଲ ହୋଇଥିବା ପ୍ରତିଟି ବ୍ୟକ୍ତି ବି ବିଶେଷଙ୍କୁ କୃତଜ୍ଞତା ଜଣାଇଛନ୍ତି | ଆଜି  ଜୁନାଗଡ ପୁଲିସ ଏବ୍ଂ ଜୁନାଗଡ ତହସିଲ ଦlରଙ୍କ  ଦ୍ଵାରା ଡାକ ବାଜି ଯନ୍ତ୍ର  ସାହାଯ୍ୟରେ ସହରର ସମସ୍ତ ଦୋକାନ ବଜାର୍ ବନ୍ଦ ଏବଂ  ଗୋଟିଏ ସ୍ଥାନରେ ସାତ ଜଣ ରୁ ଅଧିକ୍ ଲୋକ ସମବେତ ହୋଇଥିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସଚେତନ କରାଯାଉଛି | ଜରୁରୀ କାର୍ଯ୍ୟ ବିନା ଘରୁ ନ ବାହାରିବା ପାଇଁ ଅପିଲ କରାଯାଇଥିବା ବେଳେ ତାହା ଅନୁପାଳନ ନକଲେ ଆଇନ୍ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି | 

Leave A Reply

Your email address will not be published.