ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଠାରେ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ପକ୍ଷରୁ ଡାକବାଜୀ ଓ ପ୍ରଚାର ପତ୍ର ଯୋଗେ ଲୋକଙ୍କୁ ସଚେତନ କରାଯିବା ସହ ବୀରମହାରାଜପୁର ବ୍ଲକର ୧୫ଟି ପଞ୍ଚାୟତରେ ଗୋଟିଏ ଲେଖାଁଏ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଖୋଲାଯାଇଛି ।ବାହାର ରାଜ୍ୟରୁ ଗାଁ କୁ ଫେରିଥିବା ଲୋକଙ୍କ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଏହି ଶିବିରରେ ପରିକ୍ଷା କରାଯାଇପାରିବ । ସେହିଭଳି ବୀରମହାରାଜପୁର ମୁଖ୍ୟ ଛକଠାରେ ପ୍ରତେକ ଦିନ ସକାଳେ ବସୁଥିବା ଦୈନିକ ପରିବା ବଜାର ନିକଟସ୍ଥ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସୋମବାର ଠାରୁ ଚଳିତ ମାର୍ଚ୍ଚ ଶେଷଯାଏ ଏହା ବୀରମହାରାଜପୁର ହାଇସ୍କୁଲ ପଡିଆ ଠାରେ ବସିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯୋଗେ ଘୋଷଣା କରାଯାଇଛି । ମୁଖ୍ୟ ଛକଠାରେ ଦୈନିକ ପରିବ ବଜାର ସଂକୀର୍ଣ୍ଣ ପରିସର ଓ ଭୀଷଣ ଗହଳିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରେ ଏଥି ପାଇଁ ଅନୁଷ୍ଠିତ ଏକ ବୈଠକରେ ବିଡିଓ ମୋତିଲାଲ ସୁଲିଆ, ତହସିଲଦାର ଦିଲ୍ଲୀପ ସାହୁ, ଚମ୍ପାମାଳ ସରପଞ୍ଚ ରେବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.