ମେଲଛାମୁଣ୍ଡା ଅଂଚଳରେ ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ

0 2

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅଂଚଳର ସମସ୍ତ ଜନସାଧାରଣ କରୋନା ଉଦ୍ଦେଶ୍ୟରେ ରେ ରବିବାର ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଥିବା ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ କରିଥିବା ଦେଖାଯାଇଥିଲା । ଗ୍ରାମଚଂଳର ଆବାଳ ବୃଦ୍ଧ ବନୀତା ଭୋରୁ ଗାଧୋଇସାରି ନିଜ ନିଜ ଘର ମାନଙ୍କରେ କବାଟ ବନ୍ଦ କରି ରହିଥିବା ଦେଖାଯାଇଥିଲା । ଥାନା ଅଂଚଳର ମେଲଛାମୁଣ୍ଡା, ଦିପ୍ତିପୁର, ଗୁଦେରପାଲି, କୁଚିପାଲି, ଘେଁସ ଆଦି ଜନଗହଳି ଛକ ଗୁଡିକର ଦୋକାନ ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଆଜିର ବନ୍ଦକୁ ଦେଖି କରୋନା ପ୍ରତି ଲୋକେ ସଚେତନଥିବା ସ୍ପଷ୍ଟ ପ୍ରମାଣିତ ହେଉଥିଲା । ଦିନବେଳା ଗାଁ ଦାଣ୍ଡ ସବୁ ସଂପୂର୍ଣ୍ଣ ଖାଲି  ଥିବା ସମୟରେ ସଂଧ୍ୟାରେ ଲୋକେ ଘର ସମ୍ମୁଖରେ ଦୀପ ଜାଳିବା ସହ ଘଂଟ ବାଡେଇ କରୋନା ଭୁତାଣୁକୁ ଦୂରେଇଦେବା ପାଇଁ ସଂକଳ୍ପ ନେବା ଘଟଣା ଆବାଳ ବୃଦ୍ଧ ବନୀତାଙ୍କ ଆତ୍ମ ବିଶ୍ୱାସକୁ ସୁଦୃଢ କରିଥିଲା । 

Leave A Reply

Your email address will not be published.