ଜ଼ିଲ୍ଲାରେ କରୋନା ଭୁତାଣୁ ମୁକାବିଲାର ଅଗ୍ରଗତି ନେଇ ଜିଲ୍ଲାପାଳ କଲେ ସମୀକ୍ଷା

0

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ଜ଼ିଲ୍ଲାରେ କରୋନା ଭୁତାଣୁ ମୁକାବିଲାର ଅଗ୍ରଗତି ନେଇ  ସମ୍ବଲପୁର ଜ଼ିଲ୍ଲାପରିଷଦର ଆଜି ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ଶୁଭମ  ସକ୍ସେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ଜ଼ିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ଗୋପୀ ରଞ୍ଜନ ବେହେରା, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁ, ପିଡ଼ି ଡ଼ିଆରଡ଼ିଏ  ସୁକାନ୍ତ ତ୍ରିପାଠୀ  ପ୍ରମୁଖ ଉପସ୍ଥିତ ରହି ଗ୍ରାମ ପଂଚାୟତ ଏବଂ ପଂଚାୟତ ସମିତି ସ୍ତରରେ  ଅନୁଷ୍ଠିତ ହେଉଥିବା ରାଜ୍ୟ ସରକାରଙ୍କ  କରୋନା ସଚେତନତା ଉପରେ ସମୀକ୍ଷା କରିଥିଲେ l

   ଏହିଅବସରରେ ସମସ୍ତ ଜ଼ିଲ୍ଲା ପରିଷଦ ସଭ୍ୟ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଚିକିତ୍ସାଧିକାରୀ, ଅନାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.