ଘରୋଇ ରେଲୱେ ସାଇଡିଂ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ 

0 1

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପାଲ ହଟିଂ ସ୍ଥିତ ଏକ ବନ୍ଦ ଥିବା ଘରୋଇ ରେଲୱେ ସାଇଡିଂ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତଦେହଟି ଏକ ନର୍ଦ୍ଧମା ମଧ୍ୟରେ ପଡ଼ିଥିଲା। ମହିଳାଙ୍କ ପରିଚୟ ମିଳିପାରିନାହିଁ ତେବେ ତାଙ୍କର ବୟସ ୪୫ରୁ ୫୦ ମଧ୍ୟରେ ହେବ ବୋଲି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି। ଖବର ପାଇ ବଡ଼ବିଲ ତହସିଲଦାର ତଥା ସ୍ପେଶାଲ ମାଜିଷ୍ଟ୍ରେଟ କ୍ଷୀରୋଦ କୁମାର ବେହେରା ଓ ବଡ଼ବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ମୃତଦେହଟି ଏକ ପରିତ୍ୟକ୍ତ ନର୍ଦ୍ଧମାରୁ ଉଦ୍ଧାର ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। 

Leave A Reply

Your email address will not be published.