ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ତହସିଲଦାରଙ୍କ ପକ୍ଷରୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସଂଗ୍ରାମ କେଶରୀ ଜେନା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କରୋନା ସଂକ୍ରମଣ କିପରି ରୋକାଯାଇପାରିବ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।ବାହାର ରାଜ୍ୟ ଓ ବାହାର ଦେଶରୁ ଆସୁଥିବା ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ। ମାଣିତରା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ରେ ୫ ଟି ବେଡ଼ ରହିବା ସହ ମୋଟାବାଡ଼ି ରାଜସ୍ୱ ନିରୀକ୍ଷକଙ୍କ ଅଧ୍ୟକ୍ଷତାରେ ମାଣିତରା ପିଇଓ,ଜିଆରଏସ, ସ୍ୱାସ୍ଥ୍ୟ କର୍ମୀ ଓ ବ୍ଲକ ଜେଇ ପାଞ୍ଚ ଜଣଙ୍କୁ ନେଇ ଏକ କମିଟି ଗଠନ ହୋଇଥିବା ପ୍ରକାଶ କରିଥିଲେ। ଏଥିସହ ସମସ୍ତଙ୍କୁ ହ୍ୟାଣ୍ଡ ୱାସ ବା ସାବୁନ ଦ୍ୱାରା କିପରି ଦୈନିକ ବହୁଥର ହାତ ସଫା କରାଯିବ ସେହି ପ୍ରଣାଳୀକୁ ତହସିଲଦାର ଶ୍ରୀ ଜେନା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଜେ ହାତ ସଫାକରି ଦେଖାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ପ୍ରେସ କ୍ଲବ ସମ୍ପାଦକ ଅନିଲ କୁମାର ମହାରଣା, ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ରାଜସ୍ୱ ନିରୀକ୍ଷକ ଦ୍ବିତୀକୃଷ୍ଣ ଗୌଡ଼ ପ୍ରମୁଖ କରୋନା ସଚେତନତା ବିଷୟରେ ମତ ପ୍ରକାଶ କରିଥିଲେ।ଏହି କରୋନା ସଚେତନତା କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ, ଜିଆରଏସ ସତ୍ୟନାରାୟଣ ଦାଶ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ଵାଇଁ ,ଅଙ୍ଗନବାଡି କର୍ମୀବୃନ୍ଦ, ଆଶା କର୍ମୀବୃନ୍ଦ, ଓ ବିଜୁ ଯୁବ ବାହିନୀ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.