ମାଣିତରା ଡାକ୍ତରଖାନା ଓ ବିଷ୍ଣୁଚକ୍ର ଯୁବଗୋଷ୍ଠୀ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

0 2

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ, ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ବିଷ୍ଣୁଚକ୍ର ଯୁବଗୋଷ୍ଠୀ ପକ୍ଷରୁ କରୋନା ମହାମାରୀ ରୋଗ ବିଷୟରେ ସଚେତନତା କରାଯାଇଛି। କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ଦିନ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡାକ୍ତର ଦୟାନିଧି ରାଉତ ଜନସାଧାରଣଙ୍କୁ କରୋନା ଭୁତାଣୁ ଜନିତ ରୋଗ ଆକ୍ରାନ୍ତରୁ କିପରି ରକ୍ଷା ପାଇ ପାରିବା ସେହି ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଫାର୍ମାସିଷ୍ଟ ରାମ ଚନ୍ଦ୍ର ମିଶ୍ର, ଟେକିନିସିଆନ କାଳୀ ପ୍ରସାଦ ସାହୁ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବିଷ୍ଣୁଚକ୍ର ଗ୍ରାମର ଯୁବଗୋଷ୍ଠୀ ବ୍ୟାନର ଓ ପ୍ଲାକ କାର୍ଡ଼ ଧରି ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରକ୍ତଦାନ ପାଇଁ ସଚେତନ କରୁଥିବା “ସାଦ” ସଙ୍ଗଠନର ସଭାପତି ସୂର୍ଯ୍ୟ ନାରାୟଣ ପରିଡା, ସମାଜସେବୀ ଭଗବାନ ପରିଡା, ରଶ୍ମି ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ବରେ ବହୁ ଯୁବକ ସାମିଲ ହୋଇଥିଲେ।

Leave A Reply

Your email address will not be published.