କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ 

0 2

ଭୁବନେଶ୍ୱର :ବିଶ୍ୱର ଆକର୍ଷକ  ଐତିହ୍ୟ ତଥା କଳିଙ୍ଗ ସ୍ଥାପତ୍ୟ କଳାର  ଅନ୍ୟତମ ବଳିଷ୍ଠ ନିଦର୍ଶନ କୋଣାର୍କକୁ କେନ୍ଦ୍ର ସରକାରଙ୍କ ସମ୍ପ୍ରସାରିତ ବା ସଂଶୋଧିତ ଆଇକନିକ ଟୁରିଷ୍ଟ ସାଇଟ ତାଲିକାରେ ସାମିଲ କରିଥିବା ଯୋଗୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତକାଲି ରାଜ୍ୟସଭାରେ ବିଜେଡି ସାଂସଦ ଡ଼ ଶସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପଟେଲ ଉପରୋକ୍ତ ସୂଚନା ଦେଇଥିଲେ | ସୂଚନାଯୋଗ୍ୟ ଯେ ଗତବର୍ଷ କେନ୍ଦ୍ର ସରକାର ପ୍ରକାଶ କରିଥିବା ୧୭ଟି ଆଇକନିକ ଟୁରିଷ୍ଟ ସାଇଟ ତାଲିକାରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନଥିଲା | ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ  ପତ୍ର ଲେଖି ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ ସ୍ଥାନିତ କରିବା ପାଇଁ ଦାବି କରିଥିଲେ | 

 

Leave A Reply

Your email address will not be published.