ପୁରୀ ରଥ ନିର୍ମାଣ ପାଇଁ ଅନୁକୂଳ ହେଲା ଗଛ କଟା : ବୌଦ୍ଧ ଜିଲ୍ଲାରୁ ଯିବ ୨୮୫ ଖଣ୍ଡ ରଥ କାଠ

0 2

ବୌଦ୍ଧ(ଶାସକପ୍ରଶାସକ) ; ବିଶ୍ୱ ପ୍ରସିଦ୍ଧ ପବିତ୍ର ପୁରୀ ଘୋଷଯାତ୍ରା କୁ ଆଖି ଆଗରେ ରଖି ରଥ ନର୍ମାଣ ପାଇଁ ବୌଦ୍ଧ ଜିଲ୍ଲା କୁ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ଆସିଥିବା ୩ ଜଣିଆ ଟିମ ମଙ୍ଗଳବାର ସକାଳ ୧୦ ଟାରେ ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ରେ ପହଁଚି ପୁରୀ ଶ୍ରୀମନ୍ଦିର ରୁ ଅଣାଯାଇଥିବା ଅଜ୍ଞା ମାଳ କୁ ପାରମ୍ପାରିକ ରୀତିନୀତି ଅନୁଯାୟୀ  ପୁଜାର୍ଚନା ପରେ ପ୍ରଶାସନ ପକ୍ଷରୁ ଉପସ୍ଥିତ ଥିବା ବୌଦ୍ଧ ବନଖଣ୍ଡ ଅଧିକାରୀ ଙ୍କୁ ଅର୍ପଣ କରିଥିଲେ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ରୁ ଆସିଥିବା ସଦସ୍ୟ ଙ୍କ ସହ  ବନବିଭାଗ ର ଅଧିକାରୀ ମାନେ ମାଧପୁର ରେଞ୍ଜ ର ପୋଢହଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚିହ୍ନଟ ହୋଇଥିବା ଏକ ଅସନ ବୃକ୍ଷ ମୂଳରେ ନାମସଂକିର୍ତନ ଓ ଭକ୍ତି ଭାବାବେଗମୟ ପରିବେଷରେ ପୂଜାର୍ଚ୍ଚନା କରିବା ପରେ ଗଛ କଟା ଅନୁକୂଳ କରାଯାଇଥିଲା । ପୁରୀ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡୁଥିବା ବେଳେ ୨୮୫ ଖଣ୍ଡ ଅସନ , ଧଉରା ଓ ଫାଶି କାଠ ରଥ ନିର୍ମାଣ ପାଇଁ ବୌଦ୍ଧ ରୁ ଯିବ  ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଜିଲ୍ଲାରୁ ଦ୍ୱତିୟ ଥର ପାଇଁ ଶ୍ରୀକ୍ଷେତ୍ରରେ ହେବାକୁ ଥିବା ରଥ ନିର୍ମାଣ ସକାଶେ କାଠ ଲାଗିବାର ସୌଭାଗ୍ୟ ମିଳିଥିବାରୁ ଏହାକୁ ନେଇ ସମଗ୍ର ଅଚଂଳ ଆନନ୍ଦ ମୂଖର ହୋଇପଡିଥିବା ଦେଖାଦେଇଛି । ପୁରୀ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ବରିଷ୍ଠ  ତତ୍ତ୍ୱାବଧାରକ  ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାରଣା, ଭୋଇ ସର୍ଦ୍ଧାର ରବି ଭୋଇ ପ୍ରମୁଖ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ  ସେଠୀ, , ମାଧପୁର ରେଞ୍ଜର ସରୋଜ ମିଶ୍ର , ପୁରୁଣାକଟକ ରେଞ୍ଜର ନିହାର ରଜଂନ ମଲ୍ଲିକ , ମନମୁଣ୍ଡା ରେଞ୍ଜ ଅଧିକାରୀ ନାରାୟଣ ସ୍ୱାଇଁ ଙ୍କ ସମେତ ସମସ୍ତ ଫରେଷ୍ଟର  ଓ ଆଖପାଖ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଶ୍ରାଦ୍ଧାଳୁ ଯୋଗଦେଇଥିଲେ ।  ପ୍ରକାଶ ଥାଉକି ୨୦୧୮ ମସିହାରେ ଏହି ପୋଢହଳ ସଂରକ୍ଷିତ ଜଙ୍ଗଲରୁ ପୁରୀ ରଥ ନିର୍ମାଣ ସକାଶେ ୨୫୬ ଖଣ୍ଡ କାଠ ନିଆଯାଇଥିଲା । 

Leave A Reply

Your email address will not be published.