Bhubaneswar/Shasak Prashasak : କରୋନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗତକାଲି ରାଜ୍ୟ ସରକାର ଆଇଇସି ଟିମ ଗଠନ କରି କୌଶଳ ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କୁ ତାହାର ମୁଖ୍ୟ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ଆଜି ପୁଣି କରୋନା ମୁକାବିଲା ମିଶନରେ ୨୦୧୭ ବ୍ୟାଚର ୪ଜଣ ଆଇଏଏସ ଅଫିସରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ଭାବେ ଓଏସଡି ବା ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ |ସେମାନେ ହେଲେ ଓମଫେଡ଼ ସିଜିଏମ ସୋମେଶ କୁମାର ଉପାଧ୍ୟାୟ, ଓଏମସିର ଇଡି ପି ଅନ୍ଵେଷା ରେଡ୍ଡୀ, ଗ୍ରୀଡକୋର ଇଡି ପାଟିଲ ଆଶିଷ ଈଶ୍ୱର, ଓକାକର ଓଏସଡି ଦିବାକର ଟିଏସ | ସେମାନଙ୍କ ବର୍ତ୍ତମାନର ନିଜ ଦାୟିତ୍ୱ ସହ The Odisha COVID-19 Regulation 2020 ର ଏନ୍ଫୋର୍ସମେଣ୍ଟ ଦାୟିତ୍ୱ ତଦାରଖ କରିବେ |
Sign in
Sign in
Recover your password.
A password will be e-mailed to you.
Next Post