ରାଜ୍ୟସ୍ତରୀୟ ଉତ୍ସବ ଆଲିିଗ୍ରେଟୋ ୨୦୨୦ ଓ ଛାତ୍ର ସମାବେଶ ବାତିିଲ୍।

0

 ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ପକ୍ଷ ପାଳନ ପରିପ୍ରେକ୍ଷୀରେ ବିପିୟୁଟି ଛାତ୍ର ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବ ଆଲିିଗ୍ରେଟୋ ୨୦୨୦ ଓ ବିଶାଳ ଛାତ୍ର ସମାବେଶକୁ ବାତିଲ କରାଯାଇଛି । ସମ୍ପ୍ରତି କରୋନାକୁ ନେଇ ବିଶ୍ଵବ୍ୟାପୀ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତିଷେଧକ ଓ ସତର୍କତା ମୂଳକ ପଦକ୍ଷେପ ଭାବେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ସଭା, ସମାବେଶ ଆଦି ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରାଯାଉଛି । ରାଜ୍ୟ ସରକାରଙ୍କ ଏ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏଭଳି ତିରୋଟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବା ଛାତ୍ର ସମାବେଶ ନକରିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ତଥା ବିପିୟୁଟି ଛାତ୍ରସଙ୍ଘର ଉପଦେଷ୍ଟା ଇଁ ପାର୍ଥସାରଥୀ ମୁଦୁଲି ସୂଚନା ଦେଇଛନ୍ତି ।ସୂଚନ ଯୋଗ୍ୟ ଯେ ରାଜ୍ୟସ୍ତରୀୟ ଉତ୍ସବ ଆଲିିଗ୍ରେଟୋ ୨୦୨୦ ଓ ଛାତ୍ର ସମାବେଶ ଚଳିତ ମାସ 15 ତାରିଖ ଦିନ 3 ଟାରୁ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବାର ଥିଲା । 

Leave A Reply

Your email address will not be published.