ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ, ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସଏମସି ସଭାପତି ଗୌରହରି ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ସିଆରସିସି ତ୍ରିନାଥ ମହାରଣା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ମଙ୍ଗଳା ଚରଣ ସେଠୀ, ଗ୍ରାମ୍ୟ ମୁଖ୍ୟ ବିଜୟ କୁମାର ମଳିକ, ସମାଜସେବୀ ହରିହର ବିଷୋୟୀ, ଖରିଡା ସ୍କୁଲ ପ୍ରଧାନ ଶିକ୍ଷକ ପୀତାମ୍ବର ଗୌଡ଼, ସିଆରସିସି ବାୟା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ସୁଦର୍ଶନ ପାତ୍ର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଅଞ୍ଜଳି ଆଚାର୍ଯ୍ୟ ଓ ରଶ୍ମିତା ସାହୁ ଏବଂ ଶିକ୍ଷକ କୈଳାଶ ଚନ୍ଦ୍ର ସେଠୀ, ପ୍ରଦୀପ କୁମାର ସେଠୀ, ମିଥୁନ ସେଠୀ, ମିତ୍ରଭାନୁ ସ୍ବାଇଁ, କୀର୍ତ୍ତିଭାନୁ ଖାଡଙ୍ଗା ଓ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.