କୁକୁଡ଼ା ବିକ୍ରିକୁ ନେଇ ବାପ-ପୁଅ ମଧ୍ୟରେ ଝଗଡ଼ା : ଘରୁ ମିଳିଲା ବାପାଙ୍କ ଝୁଲନ୍ତା ମୃତ ଦେହ

0

ବାରିପଦା/ଦିଲ୍ଲୀପ ମହାନ୍ତି :ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ବଡ଼ସାହି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବୈଦ୍ୟନାଥ ବିନ୍ଧାଣୀ(୬୦)। ସୂଚନା ଅନୁଯାୟୀ, ଘରେ ଥିବା କୁକୁଡାକୁ ପୁଅ ବିକ୍ରି କରିଦେବାରୁ ବାପ ପୁଅ ମଧ୍ୟରେ ସକାଳେ ବଚସା ଆରମ୍ଭ ହୋଇଥିଲା। ଯାହାକୁ କେନ୍ଦ୍ର କରି ପୁଅ ଘରୁ ବାହରି ପଳାଇ ଯାଇଥିଲେ। ଏହାର କିଛି ସମୟ ପରେ ଘର ଭିତରେ ଥିବା ଓରାରେ ବୈଦ୍ୟନାଥଙ୍କ ମର ଶରୀର ବେକରେ ଗାମୁଛା ଲାଗି ଝୁଲୁଥିବା ଅବସ୍ଥାରେ ପଡିଶା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମରେ ଆଲୋଚନା ହେଉଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଫିସର ଏସଆଇ ମଞ୍ଜୁଲତା ଧଡା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.