ଗଂଜାମ ଜିଲ୍ଲାପାଳଙ୍କ ବୁଗୁଡା ପରିଦର୍ଶନ: ପଲିଥିନ ବ୍ୟବହାର ପାଇଁ ବ୍ୟବସାୟୀ ଦଣ୍ଡିତ

0

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଧବାର ଦିନ ଅପରାହ୍ନ ପ୍ରାୟ ଏକ ଘଣ୍ଟା ସମୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଗୁଡା ଏନଏସି ପରିଦର୍ଶନରେ ଆସି ପଲଥିନ ବ୍ୟବହାର କରୁଥିବା ବ୍ୟବସାୟୀ ଙ୍କୁ ଦଣ୍ଡିତ କରିବା ସହ ବସଷ୍ଟାଣ୍ଡ ଆହାର କେନ୍ଦ୍ର ଓ ଶୌଚାଳୟ ଏବଂ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ପରିଦର୍ଶନ କରିଥିଲେ। ପ୍ରଥମେ ଜିଲାପାଳ ବୁଗୁଡା ଏନଏସି ଅଫିସରେ ପହଞ୍ଚି ସହର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସେଠାରୁ ବୁଗୁଡା ବସଷ୍ଟାଣ୍ଡର ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଶୌଚାଳୟର ସ୍ୱଚ୍ଛତା ଦେଖିଥଲେ। ସେଠାରୁ ଫେରି ହାଇ ସ୍କୁଲ ନିକଟରେ ଦୁଇଟି ଚାହା ଓ ଜଳଖିଆ ଦୋକାନରେ ପଲିଥିନ ବ୍ୟବହାର କରୁଥିବା ଯୋଗୁଁ ୫୦୦ ଟଙ୍କା ଲେଖାଏଁ ଓ ଦୁଇଟି ଷ୍ଟେସନରି ଦୋକାନରେ ଚଢ଼ାଉ କରି ପଲିଥିନ ବିକ୍ରୀ କରୁଥିବା ଯୋଗୁଁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିଲେ। ଏହାପରେ ବୁଦ୍ଧଖୋଲ ରାସ୍ତାରେ ନିର୍ମାଣାଧିନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହ ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.