ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦୁବୁଲାବାହାଲ ଛକରେ ବୁଧବାର ସକାଳ ୯ ଘ.ରୁ ସଂଧ୍ୟା ୫ ଘଂଟା ପର୍ଯ୍ୟନ୍ତ ମେଲଛାମୁଣ୍ଡା ଓ ସୋହେଲା କେନ୍ଦୁପତ୍ର ରେଂଜରେ କାର୍ଯ୍ୟରତ ଶତାଧିକ ସିଜନାଲ କର୍ମଚାରୀ, ଗୋଚ୍ଛାକଟାଲି, ବନେ୍ଧଇ ଶ୍ରମିକ, ଓାଚର, ତୋଲାଲି ଆଦି ନିଜର ୬ ଦଫା ଦାବୀ ପୂରଣ ସହିତ ବିଭାଗୀୟ ପ୍ରଧାନ ବନ ସଂରକ୍ଷକଙ୍କ କର୍ମଚାରୀ ମାରଣ ଉଦେଶ୍ୟରେ ଦେଇଥିବା ଆଦେଶ ସବୁକୁ ପ୍ରତ୍ୟାହାର ଉଦେଶ୍ୟରେ ସୋହେଲା-ନୂଆପଡା ବିଜୁ ଓକ୍ସପ୍ରେସ ରାଜ ପଥକୁ ଅବରୋଧ କରି ରଖିଥିଲେ । ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶରେ ଶତାଧିକ ସଂଖ୍ୟାରେ ଯାନ ବାହାନ ଅଟକି ରହିଥିବା ସହ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଆଇନ ଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଲଛାମୁଣ୍ଡା ଥାନା ଦାୟୀତ୍ୱରେ ଥିବା ଏସଆଇ ପ୍ରମୋଦ ସାହୁ ସଦଳ ବଳ ସହ ଉପସ୍ଥିତ ରହି ରାସ୍ତାରୋକରେ ସାମିଲ ଥିବା କର୍ମଚାରୀଙ୍କ ସହ ଆଲୋଚନା ମାଧ୍ୟମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପରାମର୍ଶ ଦେଉଥିଲେ । ମଧ୍ୟାହ୍ନରେ ରାସ୍ତାରୋକ ସ୍ଥଳକୁ ପୂର୍ବତନ ବିଧାୟକ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନାଲ ସଂପାଦକ ପ୍ରଦୀପ ପୁରୋହିତ ପହଂଚି ଉପସ୍ଥିତ କର୍ମଚାରୀଙ୍କୁ ଉଦବୋଧନ ମାଧ୍ୟମରେ ପିସିସିଏଫଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ କରିବା ସହ ଆଗାମି ଦିନରେ ଆନେ୍ଦାଳନକୁ ଯୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଦାବୀରେ ଉଲ୍ଳେଖ ଥିବା ୬ଦଫା ଦାବୀ ଗୁଡିକୁ ବ୍ୟାଖ୍ୟା କରିଥିଲେ । କର୍ମଚାରୀ ସଂଘ କରିଥିବା ଦାବୀ ଗୁଡିକ ହେଲା ସିଜନାଲ ତଥା ଓାଚର ମାନଙ୍କର ତୃଟିପୂର୍ଣ୍ଣ ଦରମା ସଂଶୋଧନ ତଥା ବର୍ଦ୍ଧିତ କରାଯାଉ । ସମସ୍ତ ସାମାଜିକ ସୁରକ୍ଷା ସହାୟତା ଖର୍ଚ୍ଚ ସରକାର ବହନ କରନ୍ତୁ । ସାମାଜିକ ସୁରକ୍ଷା ସହାୟତାର ମାନଦଣ୍ଡ ୨ହଜାର କେରୀ ପରିବର୍ତେ ୧ହଜାର ରଖାଯାଉ । ରେଂଜ ଅଫିସ କିମ୍ବା ସେକସନ ଅଫିସ ବନ୍ଦ ପରିବର୍ତେ ଅଧିକ ଅଫିସ ଖୋଲାଯାଉ । କେନ୍ଦୁପତ୍ରରୁ ଜିଏସଟି ଉଠାଯାଉ । ତୃଟିପର୍ଣ୍ଣ କେନ୍ଦୁପତ୍ର ବିକ୍ରିନୀତି ଓ ପରିଚାଳନା ସଂଶୋଧନ କରାଯାଉ । ପ୍ରକାଶ ଯୋଗ୍ୟ ଯେ ସିଜିନାଲ କର୍ମଚାରୀଙ୍କ ଜରିଆରେ ରାଜ୍ୟ ସରକାର କେନ୍ଦୁପତ୍ର ସଂଗ୍ରହ କରି ବର୍ଷକୁ ପ୍ରାୟ ୫ଶହ କୋଟି ଟଙ୍କା ଲାଭ ପାଉଥିବା ବେଳେ ଏହି ନିରୀହ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଜରିଆରେ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Next Post