କୁଆନଳାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ କୁଆନଳା ଗ୍ରାମରେ ମା ରତନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ କ୍ରିକେଟ ମ୍ୟାଚ ସୋମବାର ଦିନ ଆରମ୍ଭ ହୋଇଯାଇଛି। କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୁବନେତା ସୁନୀଲ କୁମାର ପାଢୀ,ସୁରେନ୍ଦ୍ର ନାଥ ବରାଡ଼,କୈଳାଶ ଚନ୍ଦ୍ର ରଥ, ଭାସ୍କର ଦୋର ପ୍ରମୁଖ ଯୋଗ ଦେଇଥିଲେ। ମା ରତନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.