ବଲାଙ୍ଗୀର/ ନିରୋଜ ମିଶ୍ର : ଏକ ମାଲ୍ ବୋଝେଇ ଗାଡ଼ିରୁ ଜିନିଷପତ୍ର ଅନଲୋଡିଂ ବେଳେ ଜିଲ୍ଲା ବଣିକ ସଂଘ ଓ ହେମାଲ ସଂଘ ଗତକାଲି ମୁହାଁମୁହିଁ ହୋଇଥିଲେ । ଏ ନେଇ ବଣିକ ସଂଘ ଟାଉନ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ପୋଲିସ ପିସିଆର ଗାଡ଼ି ବିଳମ୍ବରେ ପହଞ୍ଚିବା ଓ ଟାଉନଥାନା ଅଧିକାରୀ ବଣିକ ସଂଘ ସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ବଣିକ ସଂଘ ସଦସ୍ୟମାନେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ତୁରନ୍ତ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ବଦଳି ପାଇଁ ଦାବି କରିଥିଲେ। ଧାରଣାସ୍ଥଳକୁ ଆସି ଏସ୍ଡିପିଓ ଶ୍ରୀମନ୍ତ ବାରିକ ବଣିକ ସଂଘ ସଦସ୍ୟଙ୍କୁ ବୁଝାଇଥିଲେ। ଆସନ୍ତା ୧୧ ତାରିଖ ସୁଦ୍ଧା ଟାଉନ ଥାନା ଅଧିକାରୀଙ୍କ ବଦଳି ନ ହେଲେ ୧୨ ତାରିଖରେ ବଲାଙ୍ଗୀର ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟ ପଟେ ହେମାଲ ସଂଘ ସଦସ୍ୟମାନେ ମଧ୍ୟ ଟାଉନ ଥାନାକୁ ଆସି ପୋଲିସ ଅଟକ କରିଥିବା ୪ ହେମାଳଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜରାସ୍ତା ଉପରେ ପୋଲିସଅଧିକାରୀଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲାର ବଣିକ ସଂଘର ସଭାପତି ଓ ସମ୍ପାଦକ ଜଣକୁ ଆକ୍ରମଣ କରିବା ସହ ପ୍ରବଳ ମାଡ ମାରିଥିବା ଦେଖିବାକୁ ମିଳିଥିଲା |
Sign in
Sign in
Recover your password.
A password will be e-mailed to you.