ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ୪ ଦିନ ଧରି ଚାଲିଥିବା ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛିି । ଫାଇନାଲ ମ୍ୟାଚ ରଘୁନାଥ ଆଥଲେଟିକ ଆସୋସିଏସନ-ସନରାଇଜର୍ସ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଏବଂ ଦିତୀୟ ସେଟରେ ଅଗ୍ରଣିଥିବା ରଘୁନାଥ ଆଥଲେଟିକ ଆସୋସିଏସନ ଚମ୍ପିୟାନ ହୋଇଥରବା ବେଳେ ନୟାଗ ଡ଼ ସନରାଇଜର୍ସକୁ ରନରସପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଭେଟରାନ ଏବଂ ଯୁବ ଟିମ ମଧ୍ୟରେ ହୋଇଥିବା ବନ୍ଧୁତ୍ୱପୁର୍ଣ୍ଣ ମ୍ୟାଚରେ ଭେଟରାନ ଟିମ ବିଜୟହାସଲ କରିଥିଲା । ଉଦଯାପନ ଉତ୍ସବରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ଶସକ୍ତ କରଣ ମତ୍ସ୍ୟ ଓ ପ୍ରାଣି ସମ୍ପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ବୈଦେହୀଶ ପାଠାଗାରର ସଭାପତି ଲୋକନାଥ ସାହୁ, ସମ୍ପାଦକ ବିଭୁପ୍ରସାଦ ସାହୁ, ସହ ସମ୍ପାଦକ ଆଲୋକ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଭ୍ୟମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ
Next Post