ଆଖି ବୁଜିଦେଲେ ବିଜୁ ସାରଥି 

0

ବୌଦ୍ଧ/ ଶାସକ ପ୍ରଶାସକ : ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଥିବା ବୋୖଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ 83 ବର୍ଷ ବୟସରେ ପରଲୋକ। ଅସୁସ୍ଥ ହୋଇ ଗତ କାଲି ଠାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ 4.30ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଥିବା ପ୍ରହଲ୍ଲାଦ ବେହେରା ଅବିଭକ୍ତ ଫୁଲବାଣୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ 1977 ମସିହାରେ ଜନତା ପାର୍ଟି ତରଫରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ଜଣେ ଆଗ ଧାଡ଼ିର ରାଜନୀତିଜ୍ଞ ଭାବେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ। ପ୍ରହଲ୍ଲାଦ ବେହେରାଙ୍କ ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଥିବା ନିଜ ବାସଭବନକୁ ନିଆଯାଉଛି।ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ।

 

Leave A Reply

Your email address will not be published.