ନୃତ୍ୟ ଓ ଗୀତର ମହାପାର୍ବଣ:ଉଦଘାଟିତ ହେଲା “ଦେଶ୍ ଫାଲ୍” ଲୋକକଳା ମହୋତ୍ସବ

0

ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକର ଧର୍ମଶାଳାଠାରେ ପ୍ରଥମ “ଦେଶ୍ ଫାଲ୍ ଲୋକକଳା ମହୋତ୍ସବ -୨୦୨୦” ଉଦଘାଟିତ ହୋଇଯାଇଛି । ରାଜ୍ୟ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ମହୋତ୍ସବ କମିଟିର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ମିତାଲି ମହାକୁର, ଜିଲା ପରିଷଦ ସଭ୍ୟ  ଗାୟତ୍ରୀ ପାଣିଗ୍ରାହୀ, ସଂଯୁକ୍ତ ଭୋଇ, ସୌଦାମିନୀ ଜାଲ, ମୁଣ୍ଡଘାଟ ସରପଞ୍ଚ ରଞ୍ଜିତ ଭୋଇ ,ସମିତି ସଭ୍ଯ ରବିସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଲକ୍ଷ୍ମୀନାରାୟଣ ସାହୁ ଓ ହୃଷିକେଶ ପୁରୋହିତ ସଭା ସଂଯୋଜନା କରିଥିଲେ । ସଭା ପୂର୍ବରୁ ବୀରେନ୍ ଜଗଦଲା ଓ ସାଥି କଳାକାର କେଶବ ଦାସ ରଚନା ଓ ବ୍ରହ୍ମା କୁମାରଙ୍କ ନିଦ୍ଦେର୍ଶନା” ଆମେ ଦେଶ ଫାଲିଆ ” ସ୍ଵାଗତ ସଙ୍ଗୀତ ଗାଇଥିବା ବେଲେ ଶ୍ରୀନିବାସ ଚାନ୍ଦ ବିବରଣୀ ପାଠ କରିଥିଲେ । ଏହି ଅବସରରେ ନାଟ୍ୟ ନିର୍ଦ୍ଦଶେକ ବାସୁଦେବ ମିଶ୍ର ତଥା ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ର ବିଭିନ୍ନ ସରପଞ୍ଚ, ସମିତି ସଭ୍ଯ, ବିଭିନ୍ନ କଲେଜ ର ଅଧ୍ୟକ୍ଷଙ୍କୁ  ସମ୍ବଦ୍ଧିର୍ତ କରାଯାଇଥିଲା ।ସଭା ପରେ ବେତାର କଣ୍ଠ ଶିଳ୍ପୀ ଶତୃଘନ ଲୁହାଙ୍କ କଣ୍ଠ ରେ ଗାଇଥିଲେ “ମାଁ ଗୋ ମୋର ସମଲେଇ ମାଁ ” ଗୀତରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ବିହୁ, ଭାଙ୍ଗଡା, ଘୁଡକା, ପତରସଉରା, ଝଲିଆ ମୟୂର, କରମା ଏବଂ ବିଭିନ୍ନ ସମ୍ବଲପୁରୀ ଲୋକନୃତ୍ଯ ପରିବେଶିତ ହୋଇଥିଲା । ପୂର୍ବାହ୍ନରେ ମାଁ କଳାପାଟ ଓ ବିଭିନ୍ନ ଦେବାଦେବୀଙ୍କଠାରେ ପୂଜାର୍ଚ୍ଚନା ପୂର୍ବକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା ମଧ୍ଯ ଅନୁଷ୍ଠିତ ହୋଇଥିଲା । ମଞ୍ଚ ନିକଟରେ ତିଆରି ସେଲ୍ଫି ଜୋନ “ଆମେ ଦେଶ୍ ଫାଲିଆ “ରେ ଫୋଟ ଉତ୍ତୋଳନ ପାଇଁ ଯୁବ ଗୋଷ୍ଠୀ ମଧ୍ୟରେ ବିଶେଷ ଉତ୍ସବ ପରିଲକ୍ଷିତ ହୋଇଥିଲା ।

 

 

Leave A Reply

Your email address will not be published.