ସାବାସ, ୟାକୁ ହିଁ କହନ୍ତି ସଶକ୍ତିକରଣ :  କିଏ କିଛି ଭାବିବା ଆଗରୁ କାମ କରି ଦେଖାଇଲେ ମହିଳା 

0

ମହିଳା ଦିବସରେ ଶବକୁ କାନ୍ଧ ଦେଇ ଉଦାହରଣ ସାଜିଲେ ମହିଳା ସ୍ବେଚ୍ଛାସେବୀ

 ବରଗଡ :- ମହିଳା ଦିବସ ଅବସରରେ ଅସହାୟ ଯୁବକଙ୍କ ଶବ କାନ୍ଧେଇବା ସହିତ ଅନ୍ତିମ ସତ୍କାର କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ବିଶ୍ୱର କୋଣ ଅନୁକୋଣରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ବରଗଡ଼ ନିକଟସ୍ଥ ଅମ୍ବାପାଲି ଠାରେ ସ୍ବେଚ୍ଛାସେବୀ ମହିଳା ଅସହାୟ ମୃତ ଯୁବକଙ୍କ ଶବ କାନ୍ଧେଇବା ସହିତ ଅନ୍ତିମ ସଂସ୍କାର ପରି ନିଆରା କାର୍ଯ୍ୟକ୍ରମ ହାତକୁ ନେଇ ଜିଲ୍ଲାର ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ଲକ୍ଷ୍ମଣ ଦୁର୍ଘଟଣାର ଶିକାର ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ଘଟିଥିଲା।ଶବ ବ୍ୟବଚ୍ଛେଦ ପରେ ଆଜି ଅମ୍ବାପାଲି ସ୍ଥିତ ବାସଭବନକୁ ଲକ୍ଷ୍ମଣ କୁଅଁର (ମାଖନୁ)ଙ୍କ ପହଞ୍ଚିଥିଲା । ଯେହେତୁ ମୃତ ଲକ୍ଷ୍ମଣଙ୍କ କେବଳ ନାବାଳିକା ଝିଅ ଚାରୋଟି ଅଛନ୍ତି ସେଥିପାଇଁ ଶବ ସତ୍କାର କରିବା ତାଙ୍କ ଅସହାୟ ପରିବାର ପାଇଁ ଚିନ୍ତାର କାରଣ ହୋଇଥିଲା।ଏହି ଖବର ବରଗଡ଼ର କିଛି ସ୍ବେଛାସେବୀ ମହିଳାଙ୍କ ପାଖକୁ କୌଣସି ସୂତ୍ରରୁ ପହଞ୍ଚିଥିଲା। ଖବର ପାଇବା ପରେ ସଙ୍ଗେ ସଙ୍ଗେ ସ୍ବେଚ୍ଛାସେବୀ ମହିଳା ସୀମା  ସିଂ, ସବିତା ମଲ୍ଲିକ, ଦେବିକା ଶିକ୍କା, ଶାନ୍ତି ମେହେର, ମେରିୟମ ବାର୍ଲା, ରାଧାରାଣୀ ସରକାର, ସଞ୍ଜୁ ମଲ୍ଲିକ ପ୍ରମୁଖ ଉକ୍ତ ପରିବାର ପାଖକୁ ପହଞ୍ଚି ଶବ ସତ୍କାରର ସମସ୍ତ ବ୍ୟବସ୍ଥା କରିବା ପରେ ଶବକୁ କାନ୍ଧରେ ବୋହି ଜୀରା ନଦୀ ସ୍ଥିତ ସ୍ବର୍ଗଦ୍ବାରକୁ ଆଣିଥିଲେ । ସେଠାରେ ବିଧିବିଧାନ ସହିତ ଶବ ସତ୍କାର କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ,ମହିଳା ଦିବସରେ ମୃତକଙ୍କ ନାବାଳିକା ଝିଅ ନିଶା କୁଅଁର ମୁଖାଗ୍ନି ଦେଇ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି | 

Leave A Reply

Your email address will not be published.