ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନୀରବ ରୁହ । ପାଠ ପଢ । ନପଢିଲେ ସମୟ ସରିଯିବା । ମସ୍ତିସ୍କ ଖାଲି ହୋଇଯିବ । ପରିବର୍ତ୍ତନ ଆସିବ ନାହିଁ । ପରିବର୍ତନ ନହେଲେ ଆଗକୁ ଯାଇପାରିବା ନାହିଁ । ଉତ୍ସ ଉପରେ ବିଶ୍ୱାସ ରଖ । ଲକ୍ଷ୍ୟ ସ୍ଥିରକର । ଶୃଙ୍ଖଳା ରହିଲେ ସମୟ ରହିବ । ଉତର ଦାୟିତ୍ୱ ରହିଲେ ତୁମେମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ । ଶନିବାର ସ୍ଥାନୀୟ ନୟାଗଡ଼ ସରକାରୀ ପଲ୍ଲୀଟେକନିକ ଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ଆନୁକୁଲ୍ୟରେ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଜଣେ ସଫଳ ଶିଳ୍ପଦ୍ୟୋଗୀ ଭାବେ ପରିଚିତ ହିମାଂଶୁ ଶେଖର ସାହୁ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ଉଦାହରଣ ସହକାରେ ବୁଝାଇଥିଲେ । ଓଡ଼ଗାଁ ଶିଳ୍ପ ବିକାଶ ଅଧିକାରୀ ରବିନ୍ଦ୍ର କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଲ୍ଲୀଟେକନିକର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥିଭାବେ, ଜିଲ୍ଲା ଶିଳ୍ପ ବିକାଶ ଅଧିକାରୀ ସୀତାରାମ ସାହୁ, ବ୍ୟାଙ୍କ ମ୍ୟାନେଜର ମନତୋଷ ସାହୁ, ନୟାଗଡ଼ ଶିଳ୍ପ ବିକାଶ ଅଧିକାରୀ ସୁବାସ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପନୀତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଷୟିକ ଜ୍ଞାନକୈାଶଳର ଦୃତ ପରିବର୍ତନ ଶିଳ୍ପକୁ ପ୍ରଭାବିତ କରୁଥିବା ବେଳେ ଉଦ୍ୟୋଗୀମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟିହେବା କାରଣରୁ ସେମାନେ ଏହାକୁ ଏଡାଇ ଯାଉଛନ୍ତି ବୋଲି ବରିଷ୍ଠ ସମ୍ବାଦଦାତା ତଥା ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର କହିଥିଲେ । ଅଧ୍ୟାପକ ପାର୍ଥବୀ ପାଢୀ, ସୈାରଭି ରାଉତ, ସୋମା ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.