ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା।

0 1

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ବୁଗୁଡା ଏନଏସି ଅନ୍ତର୍ଗତ ୧୩ ନଂ ୱାର୍ଡ କଦପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଗତ ଫେବୃଆରୀ ୨୯ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପାତ୍ର, କାଦପଡା ସ୍କୁଲର ପ୍ରଧାନ ଶିକ୍ଷକ ଦାୟୀତ୍ୱ ତୁଲାଇବା ସହ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ। ଶୁକ୍ରବାର ଦିନ ଗ୍ରାମ୍ୟ ସଭାପତି ରାମାନୁଜ ମହାପାତ୍ର, ଏସଏମସି ସଭାପତି ରବିନାରାୟଣ ଦୋରା,ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ଦାଶ,ସଂକୀର୍ତ୍ତନ ଦଳ ମୁଖ୍ୟ ଦଣ୍ଡପାଣି ବିଷୋୟୀ, ଶିକ୍ଷୟିତ୍ରୀ ନମିତା ଖଟେଇଙ୍କ ସମେତ ବହୁବ୍ୟକ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ରଙ୍କୁ  ପୁଷ୍ପମାଲ୍ୟ, ଟଙ୍କାମାଳ , ଉପଢୌକନ ପ୍ରଭୃତି ପ୍ରଦାନ କରି ନାମ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରି ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.