ଭଗବାନପୁରରେ ଅଗ୍ନିକାଣ୍ଡ, ୮ପରିବାରର ଘର ପୋଡି ପାଉଁଶ

0 1

ଖବର ପାଇଁ ପହଁଚିଲେ ବିଧାୟକ, ପ୍ରଭାବିତଙ୍କୁ ପ୍ରଦାନ କଲେ  ସହାୟତା 

ବୁଗୁଡା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ, ଭଗବାନପୁର ଗ୍ରାମରେ ଗତ ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ଆଠଟି ପରିବାରର ଘରପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ବାଞ୍ଛାନିଧି ଗୌଡ଼,ଖଦାଳ ଗୌଡ଼, ସୁରି ନାୟକ, ସନ୍ୟାସି ନାୟକ,ରବୀନ୍ଦ୍ର ନାୟକ,ଗୋପାଳ ନାୟକ, ଜୟ ନାୟକ ଓ ଅନୁସାୟା ନାୟକ ଆଠ ଜଣଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ରାତ୍ରରେ ବୁଗୁଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ  ଶନିବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା,ରାଜସ୍ୱ ନିରୀକ୍ଷକ, ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ପରିବାରକୁ ଭେଟିଥିଲେ। ବିଧାୟକ ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପାଲ ପ୍ରଦାନ କରିଥିଲେ। ଏଠିସହ ତୁରନ୍ତ  ସରକାରୀ ସହାୟତା ପ୍ରଦାନ ପାଇଁ ଅତିରିକ୍ତ ତହସିଲଦାରଙ୍କୁ କହିଥିଲେ।  

Leave A Reply

Your email address will not be published.