ତୁଙ୍ଗ ନିରାଶ : ରାଜ୍ୟସଭା ଯିବେ ମମତା, ସୁଜିତ, ମୁନା ଓ ସୁବାସ

0 1

ଶଙ୍ଖପତି କଲେ ଘୋଷଣା, ଦୀର୍ଘ ଦିନ ପଡି ରହିବାର ଫଳ ପାଇଲେ ମୁନ୍ନା

ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ

ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେଡି ରାଜ୍ୟସଭା ଗୋଲକ ଧନ୍ଦା ଉପରୁ ପରଦା ଉଠାଇଛି । ଚର୍ଚ୍ଚା ହେଉଥିଲା ଗତଥର ପରି ନବୀନ ବିଜେପିକୁ ଗୋଟିଏ ସିଟ ଛାଡି ୩ଟିରେ ଦଳୀୟ ପ୍ରାର୍ଥୀ ଦେବେ । କିନ୍ତୁ ଚିରାଚରିତ ଅପ୍ରତ୍ୟାଶିତ ବିଜେଦି ସଭାପତି ନବୀନ ପଟ୍ଟନାୟକ ରାଜନୀତିର ପଶାପାଲିରେ ନିଜକୁ ମଜଭୁତ ପ୍ରତିପାଦିତ କରି ଗୋଟାଏ ଦବଂଗ ଚାଲ ଖେଳି ସମସ୍ତଙ୍କୁ ବିସ୍ମିତ କରିଛନ୍ତି |  4ଟି ଯାକ ଆସନରେ  ଦେଇଛନ୍ତି ବିଜେଡି ପ୍ରାର୍ଥୀ । ଏକ ନମ୍ବରରେ ଜଣେ ଶ୍ରମିକ ବର୍ଗର ପ୍ରତନିଧି ତଥା ଶ୍ରମିକ ନେତା ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଦୁଇ ନମ୍ବରରେ ଦଳରେ ଦୀର୍ଘ ଦିନ ଧରି ଧର୍ଯ୍ୟର ସହ ପଡି ରାହି ନିରନ୍ତର ଦଳ ପାଇଁ କାମ କରି ଆସିଥିବା ମୁନ୍ନା ଖାଁ, ତୃତୀୟରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଦଳ ପାଇଁ କରୁଥିବା ତଥା ହାଭାର୍ଡ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ରାଜନୀତିରେ ଯୋଗ ଦେଇ ସମ୍ପ୍ରତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଥିବା ସୁଜିତ କୁମାର ଓ ଚତୁର୍ଥରେ  ସାରସକଣା ନିର୍ବାଚନ ମଣ୍ଡଳୀ ତଥା ମୟୁରଭଞ୍ଜ ଜିଲ୍ଲାପରିଷଦ ବିଷୋୟୀ ବ୍ଲକର ୩୪ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସର୍ବୋପରି ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରି ଆସିଥିବା ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ | ପ୍ରତିନିଧିତ୍ବ ପାଇଛି ଲୋକସଭା ସଂସଦ ନଥିବା ଦୁଇଟି ଜିଲ୍ଲା କଳାହାଣ୍ଡି ଆଉ ମୟୁରଭଞ୍ଜ |  ବାଣ୍ଟି କୁଂଟି ଦେଇଛନ୍ତି ଆଞ୍ଚଳିକତା ଭିତ୍ତିରେ। ଜଣେ ଓବିସି  ମହିଳା, ଜଣେ ସଂଖ୍ୟା ଲଘୁ, ଜଣେ ବିଦ୍ୱାନ, ଜଣେ ଶ୍ରମିକ ନେତା । 

Image result for ramesh chandra chyau patnaikହେଲେ ନିରାଶ ହୋଇଛନ୍ତି ବହୁ ତୁଙ୍ଗ ନେତା | ଆଶା କରି ବସିଥିବା ବହୁ ବରିଷ୍ଠ ନେତାଙ୍କୁ ନବଛି ନବୀନ ବାବୁ ଯୁବକ ମାନକୁ ଦେଇଛନ୍ତି ପ୍ରତିନିଧିତ୍ୱର ସୁଯୋଗ | ତିନିଜଣ ଜୁନ ସଂସଦ ପଠାଇ ନବୀନ ଦେଇଛନ୍ତି ନୂଆ ବାର୍ତ୍ତା | ମୁନା ଖାଁଙ୍କୁ ପଠାଇ ବାର୍ତ୍ତା ଦେଇଛନ୍ତି ଯେ ଶୃଙ୍ଖଳାର ସହ ଦଳରେ କାମ କରି ଚାଲିଲେ ନିଶ୍ଚିତ ପୁରସ୍କାର | ମମତାଙ୍କୁ ପଠାଇ ବାର୍ତ୍ତା ଦେଇ ସୁଯୋଗ ଦେଇ ବାର୍ତ୍ତା ଦେଇଛନ୍ତି ଯେ ଦଳର ତୃଣମୂଳ କର୍ମୀଙ୍କ ଉପରେ ଦଳ ନଜର ରଖିଛି, ଆଉ ନିଷ୍ଠାର ସହ କାମ କଲେ ନିଶ୍ଚିତ ଉଡିବାର ସୁଯୋଗ ଯୋଗାଇଦେବ ଦଳ |

ଏହା ସହିତ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 

 

Leave A Reply

Your email address will not be published.