ଓଡ଼ିଶାର ରାଜ୍ୟପାଳଙ୍କ ଦ୍ଵାରା ମୁରଲୀଧର ପରିଛାଙ୍କୁ ”କଳାଶ୍ରୀ”ଉପାଧି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ପାରଳା ଗଜପତି ବିକାଶ ମଞ୍ଚ  ୨ୟ ବାର୍ଷିକ ଉତ୍ସବ ରେ ପାରଳାଖେମୁଣ୍ଡି ର ଚିତ୍ରଶିଳ୍ପୀ ତଥା ଅଧ୍ୟକ୍ଷ ଚାରୁ ଓ କାରୁକଳା ବିଦ୍ୟାଳୟ ତଥା ସ୍ଥାନୀୟ ଗାନ୍ଧି ସ୍ମୃତି ଉଚ୍ଚ ପ୍ରlଥମିକ ବିଦ୍ୟାଳୟ କଳା ଶିକ୍ଷକ ମୁରଲୀଧର ପରିଛାଙ୍କୁ  ରାଜ୍ୟପାଳ ପ୍ରୋଫେସର ଗଣେସି ଲାଲ “କଳାଶ୍ରୀ” ଉପାଧି ପ୍ରଦାନ କରିଥିଲେ।

 ଏହି ଅବସରରେ ବିଦ୍ୟାଳୟ  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର , ଛାତ୍ରୀ ତରଫରୁ ଏବଂ ଅନୁଷ୍ଠାନ ତରଫରୁ ପୁନଃ ସମ୍ବର୍ଥନା ପ୍ରଦାନ କରାଯାଇଥିଲା। ବିଚିତ୍ରାନନ୍ଦ ବେବର୍ତ୍ତା,ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ବଳରାମ ନାଗା ,ବିଦ୍ୟାଳୟର  ପ୍ରଧାନଶିକ୍ଷକ, ଅବିଭାବକ ଛାତ୍ରଛାତ୍ରୀ,ବାଲ୍ମୁକୁନ୍ଦ କେନ୍ଦ୍ର ପରିଚାଳକ ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି ଶ୍ରୀମୁରଲୀ ଧର ପରିଛାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.