ଶ୍ରମିକ ଏ ଦେଶର ବାସ୍ତବ ନିର୍ମାତା , ସେମାନଙ୍କ ହକ ପାଇଁ କାମ କରୁଛି ଓ  ଅବିରତ କରିଚାଲିବି : ନବୀନ  

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶ୍ରମିକଙ୍କ ହକ ପାଇଁ କାମ କରୁଛି, ଆଉ  ଅବିରତ କରିଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆ ଠାରେ ଶ୍ରମିକ ଓ ଇଏସଆଇ ବିଭାଗ ପକ୍ଷରୀ ଆୟୋଜିତ ନିର୍ମାଣ ଶ୍ରମିକ ସପ୍ତାହ ପାଳନ ଉଦ୍ଘାଟନ କାର୍ଯ୍ୟକ୍ରମ  ଅବସରରେ ମୁକଜ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥଲେ ଯେ ଶ୍ରମିକ ମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା | ଦେଶ ପାଇଁ ସେମାନଙ୍କ ତ୍ୟାଗ ଅତୁଳନୀୟ | ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ,ଓଡିଶା ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ | ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ପଂଜିକୃତ ହୋଇଥିବା ବେଳେ ସେମାନଙ୍କ କଲ୍ୟାଣନା ପାଇଁ ୧୫୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି | ୨୨୦୦୦ ଶ୍ରମିକଙ୍କୁ ପକ୍କା ଘର ଦିଆଯାଇଛି | ଏ ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ରାଶି ପ୍ରଦାନ କରିଥିଲେ | 

ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଓ କର୍ମଚାରୀ ବୀମା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ମୋନା ଶର୍ମାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ପାଖଷରୁ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ |  

Leave A Reply

Your email address will not be published.