ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

0

୬୮ .୯୩କୋଟି ଟଙ୍କାର ଭିତ୍ତିଭୁମୀ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

04-04-18-gaj.jpg - 147.51 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି  ଗଜପତି ଷ୍ଟାଡିୟମଠାରେ ବିଭିନ୍ନ ବ୍ଲକ ପାଇଁ ମୋଟ ୬୮ କୋଟି ୯୩ ଲକ୍ଷ ୧୬ହଜାର ଟଙ୍କାର ୧୩୨ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିଛନ୍ତି ।
    ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ପହଞ୍ଚି ପ୍ରଥମେ ବିଭିନ୍ନ ବିଭାଗର ଖୋଲାଯାଇଥିବା ୬ଗୋଟି ଷ୍ଟଲକୁ ଯାଇ ପରିଦର୍ଶନ କରି ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବାକୁ ଥିବା ଚେକ, ପଟ୍ଟା ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଭୃତି ବଣ୍ଟନର ଶୁଭାରମ୍ଭ କରିଥିଲେ । ତାପରେ ସେଠାରେ ରାମଗିରି ଠାରେ ୧୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶିତଳ ଭଣ୍ଡାର, ଗୁମ୍ମା ଠାରେ କୃଷ୍ଣଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟର କୋଠା,  ନୂଆଗଡ ଠାରେ ୩୩୦ କେଭି ସବ୍‍ଷ୍ଟେସନ, ଗୁମ୍ମା ଠାରେ କୃଷକ ସୁଚନା ଓ ସହାୟତା କେନ୍ଦ୍ର, ଅଲିଗଣ୍ଡା  ଠାରେ ଜୟଭାରତୀ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ଆଦିବାସୀ ଛାତ୍ରାବାସ,    ରାୟଗଡ ଠାରେ ବ୍ଲକ ସରକାରୀ କର୍ମଚାରୀ ବାସଭବନ, ଲକ୍ଷ୍ମୀପୁର ବିନ୍ନୋଡା  ରାସ୍ତାର ମହେନ୍ଦ୍ର ତନୟା ନଦୀ ଉପରେ ସେତୁ, ରା.ଉଦୟୟଗିରି ପଣସତିହା ଠାରେ ଏନଏମ କେନ୍ଦ୍ର, କାଶୀନଗର ବ୍ଲକର ସିଧାମଡଙ୍ଗ ଠାରେ ଘର ଓ ନିର୍ମାଣ ରାଜିବ ଗାନ୍ଧୀ ସେବା କେନ୍ଦ୍ର, ଗୋଷାଣୀ ବ୍ଲକ ଅନୁବୁଡୁ ଠାରେ ଅଙ୍ଗନଵାଡି କେନ୍ଦ୍ର, ରାମଗିରି ଠାରେ ହଳଦି ପ୍ରକ୍ରିୟା କରଣ କେନ୍ଦ୍ର, ଗୁମ୍ମା ବ୍ଲକ ସେରଙ୍ଗ ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା     ଆଦିବାସୀ ଛାତ୍ରାବାସ, ମୋହନାର  ବାଘମାରୀ ଠାରେ ନିର୍ମାଣ ରାଜୀବଗାନ୍ଧୀ ସେବା କେନ୍ଦ୍ର, ଆବାରସିଂ ଡମ୍ୱଢିଅ ଠାରେ ଗ୍ରାମିଣଜଳ ଯୋଗାଣ, ଚାନ୍ଦିପୁଟରେ ଇନ୍ଦିରାଗାନ୍ଧୀ ମେମୋରିଆଲ ୨୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ, କୃଷ୍ଣଚନ୍ଦ୍ର ବୁରୁଜାଙ୍ଗ ରାସ୍ତା ମହେନ୍ଦ୍ର ତନୟା ନଦୀ ଉପରେ ସେତୁ ଓ କେ ସିତାପୁର କାଶୀନଗର ଭାୟା ୪ଲେନ ବିଶିଷ୍ଟ  ରାଜ୍ୟ ରାଜପଥ  ବିଶିଷ୍ଟ  ପ୍ରଭୃତିର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଅନ୍ୟ ପକ୍ଷରେ  ପାରଳାଖେମୁଣ୍ଡି  ଓ ପାତପାଟନାମ୍‍କୁ ସଂଯୋଗ କରୁଥିବା ୭କୋଟି ୩୫ ଲକ୍ଷ  ନିର୍ମିତ ମହେନ୍ଦ୍ରତନୟା ନଦୀ ଉପରେ ସେତୁର ଉଦ୍‍ଘାଟନ କରିଥିଲେ ।
    ଏହି ବିଧାୟିକା ବାସନ୍ତୀ ମଲ୍ଲିକ, ପୁର୍ବତନ ମନ୍ତ୍ରୀ ତଥା ଗଂଜାମ ବିଜେଡି ଜିଲ୍ଲା  ସଭାପତି ଡ ପ୍ରଦିପ କୁମାର ପାଣିଗ୍ରାହୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଯୋଜନା ବୋର୍ଡ ସଦସ୍ୟ  ରାମଚନ୍ଦ୍ର ପଣ୍ଡା , ପୂର୍ବତନ ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ବିଜେଡି ସଭାପତି  ପ୍ରଦିପ ନାୟକ, ଜିଲ୍ଲା ଜନଜାତି ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.