ପାରଳାଖେମୁଣ୍ଡିରେ ଉତ୍କଳ ଦିବସ ସମାରୋହ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିଠାରେ ୮୩ତମ ଉତ୍କଳ ଦିବସ ସମାରୋହ ୨୦୧୮ ଅବସରରେ ମହାରାଜାଙ୍କ ପାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ ପାର୍କ ଠାରେ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣି ବେହେରାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଯୋଜନା ଓ ସଂଯୋଜନା ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀମୀତ ଉଷାଦେବୀ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଚୀରସ୍ମରଣୀୟ ବୋଲି କହି ଆମେ ବାରମ୍ୱାର ଚେଷ୍ଟା କରି ଯେଉଁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ପାଇଛେ । ସେହି ସ୍ୱତନ୍ତ୍ରକୁ ସବୁଦିନ ପାଇଁ ପବିତ୍ର ରଖିବାକୁ ଆହ୍ୱାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଅନୁପମସାହା, ପାରଳା ବିଧାୟକ ଶ୍ରୀ କେ ସୁରିୟା ରାଓ, ମୋହନା ବିଧାୟିକା ସୁଶ୍ରୀ ବାସନ୍ତି ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ଉଚ୍ଚ ପ୍ରାଥମିକ ଶିକ୍ଷା ପରିଷଦ ଆଞ୍ଚଳିକ କାର୍ଯ୍ୟାଳୟ ବ୍ରହ୍ମପୁରର ଆଂଚଳିକ ନିର୍ଦ୍ଦେଶକ ଡ଼ କୁଳମଣି ଓଝା ପ୍ରମୁଖ ଉପସ୍ଥିତ ଥିଲେ |