ଗୋମତୀ ସୁନାଙ୍କ ଘରେ ଲଞ୍ଚ କରିବେ ଅମିତ ଶାହ Recent News By SPNEWS On Apr 5, 2018 0 Share ବଲାଙ୍ଗୀର ଜିଲ୍ଲାର ଦେଗାଁରୁ ନୀରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାର ଦେଗାଁ କଛାରପାଲି ଗୋମତୀ ସୁନାଙ୍କ ଘରେ ଭୋଜନ କରିବେ ଅମିତ ଶାହା | ପରିବାର ମହିଳା ଝିଅ ମାନେ ମିଶି ଅମିତଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ପାରମ୍ପରିକ ବ୍ୟଞ୍ଜନ | ବହଲକଢ଼ ଶାଗ, ଡାଲି, ପୁରୀ , ଭାତ, ବଡ଼ି, ଖିରି, ପିଠା ମଣ୍ଡା ଆଉ ଆମ୍ବିଳ ଖାଇବେ ଅମିତ ଶାହା ! ସେ କେଶିଙ୍ଗାରୁ ଆସୁଛନ୍ତି ଦେଗାଁକୁ | ଖାଇସାରି ଏଠାରୁ ଯିବେ ବଲାଙ୍ଗୀର | ସେଠି ଯୁବ ସମାବେଶରେ ଯୋଗ ଦେବା ସହ ବିଜେପି କାର୍ଯ୍ୟାଳୟ ଭୂମିପୂଜା କରିବେ | ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କଲେ ଡ଼ିଆଇଜି ସତ୍ୟବ୍ରତ ଭୋଇ | ଆଗୁଆ ସତର୍କତା ମୂଳକ ପଦକ୍ଷେପ ଭାବେ ୧୩ କଂଗ୍ରେସ ନେତା କର୍ମୀ ଅଟକ |ବଲାଙ୍ଗୀରର ଫୁଡ ଇନ୍ସପେକ୍ଟର ଅରୁଣ ଚାଟ୍ଟାର୍ଜୀ ଆସି ପ୍ରସ୍ତୁତ ଖାଦ୍ୟର ମାନ ବି ଯାଞ୍ଚ କରିଛନ୍ତି | 0 Share FacebookTwitterGoogle+ReddItWhatsAppPinterestEmail