ପଦ୍ମପୁର ସହରର ବଡ଼ପଡାରେ ଉତ୍କଟ ପାନୀୟ ଜଳ ସଙ୍କଟ

0

 

ପଦ୍ମପୁରରୁ ନୀଲ ଦୀପ -ଗ୍ରୀଷ୍ମପ୍ରବାହ ସହ ତାପମାତ୍ରା ଧିରେ ଧିରେ ବଢ଼ି ଚାଲିଥିବା ବେଲେ ପଦ୍ମପୁର ସହରରେ ଜଳସଙ୍କଟରେ ବୄଦ୍ଧି ଦେଖାଦେଇଛି । ବିଶେଷ କରି ବଡ଼ପଡା ରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ଏ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ  ବିଭାଗ ତରଫରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇନାହିଁ ଫଳରେ  ବଡ଼ପଡାର ମହିଳା ମାନେ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ପିଇବା ପାଣି ଆଣିବାକୁ ଯାଉଛନ୍ତି । ପଡାରେ ଥିବା ଅଧିକାଂଶ ନଳକୂପ ରୁ ପାଣିର ପରିମାଣ ମଧ୍ୟ କମି ଗଲାଣି ।ଏହି ଜଳ ସଙ୍କଟକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏବେଠାରୁ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଅଞ୍ଚଳକୁ ଟେଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସାଧାରେ ଦାବି ହୁଏ । ଅନ୍ୟଥା ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପଡାବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.