ଏନଏସି ଭୋଟ:  ଅତାବିରାରେ ୭୩.୧୭% , ହିନ୍ଦୋଳ ରେ ୮୫.୭ % ମତଦାନ

0

 

ଭୁବନେଶ୍ୱର(ଜ୍ଞାନେଶ୍ବର)  – ବରଗଡ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଲାଗି ଭୋଟ ଗ୍ରହଣ ଶେଷ ହୋଇଛି । ଅତାବିରାରେ ୭୩.୧୭ ପ୍ରତିଶତ ମତଦାନ ହୋଇଥିବା ବେଳେ ହିନେ୍ଦାଳରେ ୮୫.୭ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୫ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅତାବିରାରେ ପ୍ରାୟ ୧୩ ହଜାର ଭୋଟର ୩୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବାକୁ ଯାଉଛନ୍ତି  । ଅତାବିରା ଏନଏସି ମାନ୍ୟତା ପାଇବା ପରେ ଦ୍ୱିତୀୟଥର ଲାଗି ଭୋଟ ହେଉଛି  । ଅତାବିରା ଏନଏସିର ମୋଟ ୧୨ଟି ୱାର୍ଡ ପାଇଁ ୧୩ଟି ବୁଥରେ ମତଦାନ ହୋଇଥିଲା । ସେହିପରି ହିନେ୍ଦାଳରେ ୧୬ଟି ୱାର୍ଡରେ ଭୋଟ ଗ୍ରହଣ ହୋଇଛି । ଏଥିପାଇଁ ୧୬ବୁଥର ବ୍ୟବସ୍ଥା କରାଯାଇଥିଲା । ୩ଟି ୱାର୍ଡରେ ମହିଳାଙ୍କ ଲାଗି ୩ଟି ସ୍ୱତନ୍ତ୍ର ବୁଥର ବ୍ୟବସ୍ଥା କରାଯାଇଥିଲା । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ମତଦାନ ଶେଷ ହେବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଗୁଡିକୁ ଏନଏସି କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ୫ ତାରିଖ ଦିନ ସକାଳ ୮ଟାରୁ ଭୋଟ ଗଣତି ହେବ  ।ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୬ ତାରିଖରେ ଅତାବିରା , ହିନ୍ଦୋଳ ଓ ନୂଅ।ପଡା ଏନଏସିରେ ଏପ୍ରିଲ ୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ନୂଅ।ପଡା ଏନଏସି ନିର୍ବାଚନ କରାଯାଇନାହିଁ  । 

Leave A Reply

Your email address will not be published.