“ରସଗୋଲା ଓଡ଼ିଶାର ଥିଲା, ଅଛି ଓ ରହିବ’

0

 

ଓଡ଼ିଶା ଫୋରମ୍-ମଞ୍ଚ ଆଲୋଚନାଚକ୍ରରେ ଗବେଷକଙ୍କ ତଥ୍ୟ

ନୂଆଦିଲ୍ଲୀ – ରସଗୋଲା ଓଡ଼ିଶାର ଚିରକାଳର ମିଠାା ଏହା ଓଡ଼ିଶାର ଥିଲା , ଅଛି ଓ ରହିବ । ତିନି ତୁଣ୍ଡରେ ଛେଳି କୁକୁର ପରି ଧୂର୍ତ୍ତବୁଦ୍ଧି ଦ୍ୱାରା ଏହାକୁ ନିଜର କରିନେବାକୁ ଯେଉଁ ଅସାଧୁ ଉଦ୍ୟମ ହୋଇଛି, ଅଚିରେ ତାହା ପଣ୍ଡ ହେବ ବୋଲି ଏଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ପ୍ରାମାଣିକ ତଥ୍ୟ ଆଧାରରେ ବକ୍ତବ୍ୟ ଉପସ୍ଥାପନ କରି ଗବେଷକ ଡକଫର ଅସିତ ମହାନ୍ତି କହିଛନ୍ତିା
ଗତ ମାର୍ଚ୍ଚ ୩୦ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ସଭାକକ୍ଷରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲାା ଏଥିରେ ଏକକ ବକ୍ତା ରୂପେ ଯୋଗ ଦେଇ ଦୀର୍ଘ ପ୍ରାୟ ଦେଢ଼ ଘଣ୍ଟା ଧରି ବିଭିନ୍ନ ନଥି ପତ୍ର ଓ ପ୍ରାମାଣିକ ଦଲିଲ ଆଧାରରେ ଡ.ମହାନ୍ତି ଏହି ବକ୍ତବ୍ୟ ଉପସ୍ଥାପନ କରିଥିଲୋ ଭକ୍ତକବି ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଓଡ଼ିଶାର ରସଗୋଲାର ପ୍ରାୟ ୫୦୦ ବର୍ଷର ପ୍ରମାଣ ଏବଂ ଆଧୁନିକ କାଳରେ ବଙ୍ଗଳାର ୧୮୯୬ ମସିହାର ଏକ କବିତାରେ ରସଗୋଲାର ଉଲ୍ଲେଖ ଥିଲେ ମଧ୍ୟ ତାପୂର୍ବରୁ ୧୮୯୨ ଓ ୧୮୯୩ ମସିହାର ଓଡ଼ିଆ ସାହିତ୍ୟ କୃତିରେ ରସଗୋଲାର ଉଲ୍ଲେଖ ଅଛି ବୋଲି ସେ ଦର୍ଶାଇଥିଲୋ ଏପରିକି ବ୍ୟାସକବି ଫକୀରମୋହନଙ୍କ ଓୟେଲଟେୟାର ଦର୍ଶନ ଭ୍ରମଣ କାହାଣୀରେ ମଧ୍ୟ ଓଡ଼ିଶାର ଉନ୍ନତ ମାନର ରସଗୋଲାର ପ୍ରମାଣ ରହିଛି ବୋଲି ସେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥ#ଲୋ
୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାଶ ସ୍ପଞ୍ଜ ରସଗୋଲା ତିଆରି ଆରମ୍ଭ କରିଥିଲେ ବୋଲି ପଶ୍ଚିମବଙ୍ଗ ପକ୍ଷରୁ କୁହାଯାଉଥିବା ବେଳେ ସେ ସଂପର୍କରେ କୌଣସି ଐତିହାସିକ ତଥ୍ୟ, ପ୍ରମାଣ ନାହିଁ ଏବଂ ରସଗୋଲାର ତଥାକଥିତ ଶତବାର୍ଷିକୀ ପାଳନ କରି ୧୯୬୮ରେ କଲିକତାର ବାଗବଜାରଠାରେ ଏକ ପଥର ଖୋଦେଇ ଫଳକ ପ୍ରତିଷ୍ଠାରୁ ଏହି ବିବାଦ ଆରମ୍ଭ ହୋଇଛି ବୋଲି ନିଦ୍ଦିଷ୍ଟ ଭାବରେ ଡ. ମହାନ୍ତି ଦର୍ଶାଇଥିଲେ ଏବଂ ଏ ବାବଦରେ ବିଶିଷ୍ଟ ସାମ୍ବାଦିକ ଓ ସାହିତି୍ୟକ ସୁରେନ୍ଦ୍ର ମହାନ୍ତିଙ୍କର କଳିଙ୍ଗ ସମ୍ବାଦପତ୍ରର ଏକ ସଂପାଦକୀୟର ଉଲ୍ଲେଖ କରିଥ#ଲୋ
ଅପରପକ୍ଷରେ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ନୀତି ସହିତ ରସଗୋଲା ଭୋଗ ପାରମ୍ପରିକ ଭାବରେ ଜଡ଼ିତ ଅଛି ଏବଂ ଏହାର ପରମ୍ପରା ଅନ୍ୟîନ ସାତ ଶହ ବର୍ଷର ବୋଲି ମାଦଳାପାଞ୍ଜି ଓ ଶ୍ରୀମନ୍ଦିର ସତ୍ତ୍ୱଲିପିର ପ୍ରାମାଣିକତା ଆଧାରରେ ଦର୍ଶାଇ ସେ ଓଡ଼ିଶାର ଦାବି ଦୃଢ଼ ଭାବରେ ଉପସ୍ଥାପନ କରିଥିଲୋ ଏହି ଅବସରରେ, ଉପସ୍ଥିତ ବ୍ୟକ୍ତିମାନେ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶା ଯେପରି ରସଗୋଲା ପାଇଁ ଯଥାଶୀଘ୍ର ଜି.ଆଇ. ମାନ୍ୟତା ପାଇବ ସେ ଦିଗରେ ସମସ୍ତ ଉଦ୍ୟମ ସରକାର ସକ୍ରିୟ ଭାବେ କରନ୍ତୁ ବୋଲି ମତ ଦେଇଥିଲୋ
ଏହି ଆଲୋଚନାଚକ୍ରରେ ଓଡ଼ିଶା ଫୋରମ୍ର ପୁନଃନିର୍ବାଚିତ ସଭାପତି ଗୋକୁଳ ପଟ୍ଟନାୟକ ଅଧ୍ୟକ୍ଷତା କରିଥ#ବାବେଳେ ନବ ନିର୍ବାଚିତ ଉପସଭାପତି ସଂଜୀବ ମହାନ୍ତି ଓ ସଂପାଦକ ପ୍ରଦୀପ୍ତ କୁମାର ସାହୁ ଉପସ୍ଥିତ ଥିଲୋ ଆରମ୍ଭରେ ରବି ପାଣି ସ୍ୱାଗତ ଭାଷଣ ଦେଇଥିଲୋ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଯତୀନ ଦାଶ, ଅବସରପ୍ରାପ୍ତ ଆଇଏଏସ୍ ଡି.ପି. ବାଗ୍ଚୀ ଓ ଅମୂଲ୍ୟରତ୍ନ ନନ୍ଦ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପିକା ମୋନିକା ଦାସ ପ୍ରମୁଖ ଉପସ୍ଥିତ ଥିଲୋ ପରିଶେଷରେ ଗବେଷକ ଡ. ମହାନ୍ତିଙ୍କୁ ସ୍ମାରକୀ ଉପହାର ଦେଇ ଡି.ପି. ବାଗ୍ଚୀ ସମ୍ବର୍ଦ୍ଧିତ କରିଥିଲୋ

Leave A Reply

Your email address will not be published.