ଶିକ୍ଷକ ଶଶିଧରଙ୍କୁ ମିଳିଲା ଶିକ୍ଷାସେବା କର୍ମଣ ସମ୍ମାନ

0

01-04-18-baripada1.jpg - 101.55 kB

ବାରିପଦାରୁ ଦିଲ୍ଲୀପ ମହାନ୍ତି – ନୂଆଦିଲ୍ଲୀସ୍ଥିତ ଦି ଇକୋନମିକ ଗ୍ରୋଥ ଅଫ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀସ୍ଥିତ କୃଷ୍ଣ ମେନନ୍ ଭବନ ପରିସରରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ରରେ ବାରିପଦା ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ଡ଼ଃ ଶଶୀଧର ବିଶ୍ୱାଳଙ୍କୁ  ଶିକ୍ଷା ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ସେବା କର୍ମଣ-୨୦୧୮ରେ ସମ୍ମାନରେ ଭୂଷିତ କରାଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଲୋକସଭା ସଦସ୍ୟ ପ୍ରମୋଦ କୁମାର ପଟେଲ, ପୂର୍ବତନ ସିବିଆଇ ନିର୍ଦ୍ଦେଶକ  ବି ଏନ ସୋହେଗଲ, ଡ଼ଃ. ରତିକାନ୍ତ ଗୁପ୍ତା, ଭାରତ ଆୟକର ବିଭାଗ କମିଶନର ଡ଼ଃ. ସୁଚେତା ଏସ, ନୂଆଦିଲ୍ଲୀ ରାଜୀବ ଗାନ୍ଧୀ କେନସର ହସପିଟାଲର ନିର୍ଦ୍ଦେଶକ ଡ଼ା. ନଦୀମ୍ ଆନସରୀ, ରେଡ଼କ୍ରସର ମୁଖ୍ୟ ତଥା ମଣିପୁର ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ଏମ୍ ମେଠୀ ପ୍ରମୁଖ ଯୋଗଦାନ କରି ଶିକ୍ଷକ ଡ଼ଃ. ବିଶ୍ୱାଳଙ୍କୁ ତାଙ୍କର ସଫଳତା ନିମନ୍ତେ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଇଥିଲେ । ପ୍ରକାଶ ଥାଉକି, ଡ଼ଃ ବିଶ୍ୱାଳ ଦୀର୍ଘ ୨୮ ବର୍ଷର ଶିକ୍ଷକତା ସମୟ ମଧ୍ୟରେ ଶିକ୍ଷା ଓ ସେବା କ୍ଷେତ୍ରରେ ଭାରତ ଶିକ୍ଷାରତ୍ନ, ମାଦର ଟେରେସା ସଦଭାବନା, ରାଜୀବ ଗାନ୍ଧୀ ଶିକ୍ଷା ସେବା ଓ ଇନ୍ଦୀରା ଗାନ୍ଧୀ  ସେବା ସମ୍ମାନ ଓ ନେଲସନ ମଣ୍ଡେଲା ସେବା ସମ୍ମାନ ଏହିଭଳି  ଅନେକ ଗୁଡ଼ିଏ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇସାରିଛନ୍ତି । ଡ଼ଃ. ବିଶ୍ୱାଳ ନୂଆଦିଲ୍ଲୀରୁ ପୁରସ୍କାର ଗ୍ରହଣ କରି ବାରିପଦାରେ ପହଁଞ୍ଚିବା ପରେ ତାଙ୍କୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ଓ ବିଭିନ୍ନ ସାରସ୍ୱତ ଅନୁଷ୍ଠାନ  ପକ୍ଷରୁ  ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.