ତିନି ଦଶକ ମଧ୍ୟରେ ସିଫା ପାଇଛି ଅନେକ ଗବେଷଣାତ୍ମକ ସଫଳତା 

0

ସିଫାର ସ୍ୱନକ୍ଷତ୍ର ଦିବସ ପାଳିତ

ତିନି ଦଶକ ମଧ୍ୟରେ ସିଫା ପାଇଛି ଅନେକ ଗବେଷଣାତ୍ମକ ସଫଳତା 

ଭୁବନେଶ୍ୱର/ମାନସୀ ମିଶ୍ର :ଏପ୍ରିଲ  ୧ ତାରିଖରେ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫାର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମହାନ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୌରୋହିତ୍ୟ କରି ସମାଜସେବାରେ ବ୍ରତୀ ହୋଇ ସିଫାରେ ହୋଇଥିବା ଗବେଷଣାକୁ ସାଧାରଣ ଲୋକଙ୍କ ପାଖରେ ଶିକ୍ଷା ମାଧ୍ୟମରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଅଧିବେଶନର ପ୍ରାରମ୍ଭରେ ସିଫାର ନିର୍ଦ୍ଦେଶକ  ଡ଼ଃ ଜିତେନ୍ଦ୍ର କୁମାର ସୁନ୍ଦରାୟ ସିଫାର ଗୌରବୋଜ୍ୱଳ ଏବଂ ଦେଶରେ ଜଳକୃଷିର  ବିକାଶ ନିମନ୍ତେ ସ୍ୱତନ୍ତ୍ର ଅବଦାନକୁ ଉପସ୍ଥାପନ କରିଥିଲେ । ତିନି ଦଶକ ପୂର୍ବେ ଏପ୍ରିଲ ୧ ତାରିଖରେ ମଧୁରଜଳ କୃଷି ଗବେଷଣା କେନ୍ଦ୍ର (ସିଫା), ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ଠାରେ ଆତ୍ମପ୍ରକାଶ କରିଥିଲା ବୋଲି ସେ ପ୍ରକାଶ କରିଥିଲେ । ମତ୍ସ୍ୟ  ଚାଷର ବିକାଶ ପାଇଁ ସିଫାର ଉନ୍ନତ ବୈଜ୍ଞାନିକ ଜ୍ଞାନକୌଶଳଗୁଡ଼ିକ ଆରୋପ କରିବା ଫଳରେ ଭାରତ ଆଜି ବିଶ୍ୱରେ ମତ୍ସ୍ୟ  ଉତ୍ପାଦନ  କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି ଏବଂ ବିକଶିତ ଜ୍ଞାନ କୌଶଳକୁ ବିଧିବଦ୍ଧ ଭାବେ ଚାଷୀମାନଙ୍କ ପାଖରେ ପହଞ୍ଚାଇ ଦକ୍ଷତା ବିକାଶ ନିମନ୍ତେ ସିଫା ଅଗ୍ରଣୀ ଭୂମିକା ନିଭାଉଛି । ଗବେଷଣା ବ୍ୟତୀତ ସଂସ୍ଥାନଟି ଜୀବିକା ବିକାଶ, ନାରୀ ସଶକ୍ତିକରଣ, ଔଦ୍ୟୋଗିକ ବିକାଶ ଇତ୍ୟାଦିରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଆସିଛି ବୋଲି ଡ଼ଃ ସୁନ୍ଦରାୟ ମତ ପ୍ରକାଶ କରିଥିଲେ । ସେ ମଧ୍ୟ କହିଥିଲେ ଯେ ସଂପ୍ରତି ଏହି ଅନୁଷ୍ଠାନରେ “ମୋ ଗାଁ ମୋର ଗୌରବ”, “ପ୍ରଥମେ କୃଷକ, ସ୍ୱଚ୍ଛ ଭାରତ”,“ମୃତ୍ତିିକା ସ୍ୱାସ୍ଥ୍ୟ ପତ୍ର”, “ଜନଜାତି ଉପ ପରିକଳ୍ପନା” ଇତ୍ୟାଦି ଯୋଜନା ମାନଙ୍କର ସଫଳ ରୂପାୟନ ହୋଇପାରିଛି ।

01-04-cifa1.jpg - 4.11 MB

ଏହି ଉତ୍ସବରେ ସମ୍ମାନିତ ଅତିଥିରୂପେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ ପାତ୍ର ମଧୁର ଜଳ କୃଷିର ସମସ୍ତ ବୈଜ୍ଞାନିକ ଉପଲବ୍ଧିର ଶ୍ରେୟ ସିଫାର ସମସ୍ତ କର୍ମଚାରୀଙ୍କୁ ଦେଇ ସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କୃଷି-ମହିଳା ଅନୁଷ୍ଠାନର ନିର୍ଦ୍ଦେଶକ  ଡଃ ଏସ୍. କେ. ଶ୍ରୀବାସ୍ତବ,  ସିଫାର ବରିଷ୍ଠ  ପ୍ରଶାସନିକ ଅଧିକାରୀ ଆଇ.ବି.କୁମାର ଏବଂ ବିତ୍ତ ଅଧିକାରୀ ଏନ୍.ଭି.ଆର୍.ଏନ୍.ମୂର୍ତ୍ତୀ ପ୍ରମୁଖ ମଧୁର ଜଳ କୃଷି କ୍ଷେତ୍ରରେ ସିଫାର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସିଫାର ପ୍ରମୁଖ ପ୍ରାକ୍ତନ କର୍ମଚାରୀମାନଙ୍କୁ ସମର୍ଦ୍ଧିତ କରାଯିବା ସଙ୍ଗେସଙ୍ଗେ ଚଳିତ ବର୍ଷପାଇଁ ଉଦ୍ଧିଷ୍ଟ ପୁରସ୍କାର ବିଜେତାମାନଙ୍କୁ  ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସିଫା କର୍ମଚାରୀ କଲ୍ୟାଣ ସଘଂର ସଚିବ ଡ଼ଃ ଏନ୍. କେ. ବାରିକ  ଧନ୍ୟବାଦ  ଅର୍ପଣ କରିଥିଲେ । 

 

Leave A Reply

Your email address will not be published.