କଲାପଥରରେ ରାଜ୍ୟ ଯୁବ ଡୁମାଳ ସମାବେଶ ଉଦ୍ଘାଟିତ ।

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବୀରମହାରାଜପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ଠାରେ ପ୍ରଥମ ରାଜ୍ଯସ୍ତରୀୟ ଯୁବ ଡୁମାଳ ସମାବେଶ ଉଦଘାଟିତ ହୋଇଯାଇଛି । ଏଥିରେ ଯୁବ ଡୁମାଳ ପରିଷଦ ଅଧ୍ୟକ୍ଷ ସମିତି ମହାକୁର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ରାଜ୍ୟ ଡୁମାଳ ପରିଷଦର ଉପଦେଷ୍ଟା ଦେବାର୍ଚ୍ଚନ  ଚାଉଲିଆ,  ରାଜ୍ୟ ଯୁବ ଡୁମାଳ ପରିଷଦ ଉପସଭାପତି କୃତିବାସ ପଲିଆ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ହେମବତୀ କରନ , “ଆମେ ଡୁମାଳ “ପ୍ରତିକାର ମୁଖ୍ୟ ସମ୍ପାଦକ ହରିଶଙ୍କର ବେହେରା, ସହ ସମ୍ପାଦକ ହୀରା ମହାକୁର, ରେଢ଼ାଖୋଲ ଡୁମାଳ ସମାଜ ସଭାପତି ଗୌରିଶଙ୍କର ପାତ୍ର, ଅଧ୍ୟାପକ କିଶୋର ମହାକୁର,  ନନ୍ଦ କିଶୋର , ସୁଧିର ମହାକୁର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ମାନେ ଡୁମାଳ ଜାତିର ଐତିହ୍ୟର  ଓ ଯୁବ ଡୁମାଳ କର୍ତ୍ତବ୍ଯ ଉପରେ ଆଲୋକପାତ କରିଥିଲେ । ଉପଦେଷ୍ଟା ମୀନକେତନ ମହାକୁର ସଭା ପରିଚାଳନା କରିଥିଲେ । ତ୍ରିପୁରାରୀ ମହାକୁର ସ୍ଵାଗତ ଭାଷଣ ପ୍ରଦାନ ଓ ତ୍ରିନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡୁମାଳ ସମାଜର ସ୍ମରଣିକା ଜାଗୃତି ଉନ୍ନୋଚିତ କରାଯାଇଥିଲା । ପ୍ରାରମ୍ଭରେ ୧୦୮ ମହିଳା ଦ୍ବାରା କଳସ ଯାତ୍ରା କରାଯାଇଥିଲା । ମାଁ ମହେଶ୍ବରଙ୍କ ଚଳନ୍ତି ପ୍ରତିମା ସହ ବିଶାଳ ଶୋଭାଯାତ୍ରାରେ ବାହାରି ଢୋଲ,  ନିଶାନ,  ମହୁରି,  ଶଙ୍ଖ ଘଣ୍ଟ ବାଦ୍ଯ ସହ ଏକ ଆଧ୍ୟାତ୍ମିକ ପରିବେଶ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର,  ବୌଦ୍ଧ, ବଲାଙ୍ଗୀର,  ବରଗଡ, ଆଦି ଜିଲ୍ଲାର ସହସ୍ରାଧିକ ଡୁମାଳ ଜାତିର ଯୁବକ ଓ କର୍ମକର୍ତ୍ତା ଯୋଗଦେଇ ଥିଲେ । ଏହି ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.