୨ୟ ଯୋଡା ମହୋତ୍ସବ ଉଦଘାଟିତ : ଯୋଗଦେଲେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ

0

ଯୋଡ଼ା (ଶାସକ ପ୍ରଶାସକ) : ୨ୟ ଯୋଡା ମହୋତ୍ସବ  ଝିପିଝିପି ବର୍ଷା ମଧ୍ୟରେ ଖୁବ ବର୍ଣ୍ଣାଢ୍ୟ ପରିବେଶରେ ଆରମ୍ଭ ହେଇଛି। ଶନିବାର ଅପରାହ୍ନ ୪ଟାରେ ବାଜା, ରୋଷଣୀ ସହିତ ଏକ ବିରାଟ ପଟୁଆର ଯୋଡା ପରିକ୍ରମା କରି ମହୋତ୍ସବ ଅନୁଷ୍ଠିତ ହେବାକୁଥିବା କେନ୍ଦ୍ରୀୟ ଖେଳପଡିଆ ଠାରେ ପହଞ୍ଚିଥିଲା। ସେଠାରେ ଦ୍ୱୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ଦକ୍ଷତା ବିକାଶ ତଥା ବୈଷୟିକ ଜ୍ଞାନ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥିଭାବେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଚମ୍ପୁଆ ଉପ ଜିଲାପାଳ ପ୍ରତାପ ପ୍ରିତିମୟ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୁୟାଁ, ଯୋଡା ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୁଖ  ଯୋଗଦେଇଥିଲେ। ଚମ୍ପୁଆର ପୁର୍ବତନ ବିଧାୟକ ଜିତୁ ପଟନାୟକ ସଭା ପରିଚାଳନା କରିଥିବାବେଳେ ସୁଶାନ୍ତ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକୁ ଲୋକେ ମନଭରି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା। ଏ ବର୍ଷ ମହୋତ୍ସବରେ   ବିଭିନ୍ନ ପ୍ରକାରର  ଖାଦ୍ୟ ଷ୍ଟଲମାନ ଖୋଲିଥିବା ବେଳେ ଯୋଡାଲୋକେ ଏହାର ମଜା ଉଠାଉଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.