ଚା ଦୋକାନରେ ନିଆଁ :  ଜଳିଗଲା ଲକ୍ଷାଧିକ ଟଙ୍କା ଜିନିଷ  

0

ରେଙ୍ଗାଲି/ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଶନିବାର ସଂଧ୍ୟା ପ୍ରାୟ 5.30 ମିନିଟ ସମୟରେ ରେଙ୍ଗାଲି ମହାବୀର ଛକ ନିକଟରେ ଚା ଏବଂ ଓମଫେଡ କ୍ଷୀର ବିକ୍ରୀ କରୁଥିବା ଜଗା ଚା ଦୋକାନରେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିବା ପ୍ରକାଶ ।

ଏହି ଚା ଦୋକାନକୁ ଲାଗି ଅନ୍ୟ ଏକ ଗ୍ୟାସ  ସିଲିଣ୍ଡର ଦୋକାନରେ ଅଛି।  କିନ୍ତୁ ସେ ପଟକୁ ଅଗ୍ନି ସଂପ୍ରସାରଣ ହବା ପୁର୍ବରୁ ସ୍ଥାନୀୟ ଲୋକେ ବାଲି ଏବଂ ପାଣି  ଦେଇ ନିଆଁକୁ ଆୟତ୍ତ କରୁଥିବାବେଳେ ରେଙ୍ଗାଲି ଅଗ୍ନିଶମ କର୍ମଚାରୀ ମାନେ ଆସି ସଂପୂର୍ଣ୍ଣ ଭାବରେ ନିଆଁକୁ ଆୟତ୍ତ କରିଥିଲେ।  ଏହି ଗ୍ୟାସଜନିତ  ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ଦୋକାନୀର ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି। 

 

Leave A Reply

Your email address will not be published.