ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ  ଜାତୀୟ ଭାଷା ସମ୍ବିଳନୀ 

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆସନ୍ତା 23 ତାରିଖ ରୁ 26 ତାରିଖ ପର୍ଯ୍ୟନ୍ତ ଜାତୀୟ ଭାଷା ସମ୍ବିଳନୀ ଅନୁଷ୍ଠିତ ହେବ l ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତ ସରକାରଙ୍କ ଭାଷା ସଂସ୍ଥାନର ମିଳିତ ସହଯୋଗ ରେ ଏହା ଆୟୋଜିତ ହେବ l ଏଥିରେ ଭାରତୀୟ ବିଭିନ୍ନ ଭାଷା ଲିପି ସହ କୋଡିଏ ସତ୍ର୍ରରେ ଗବେଷଣା ଏବଂ ହିନ୍ଦୀ ଓ ସଂସ୍କୃତ ଭାଷା ଉପରେ ଆଲୋଚନା କରାଯିବ l ଏହି ଜାତୀୟ ସମ୍ବିଳନୀ ରେ ରାଜ୍ୟ ଏବଂ ରାଜ୍ୟବାହାରୁ  ତିନିଶହ ଭାଷାବିତ ଏବଂ ଗବେଷକ ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ଭାରତୀୟ ଭାଷା ସଂସ୍ଥାନ ର ମୁଖ୍ୟ ଅବସର ବେଉରିଆ ସୂଚନା ଦେଇଛନ୍ତି l

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥାନ ଉପ ସଭାପତି ଡ଼ ସିପ୍ରା ମଲ୍ଲିକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ର. ଅର୍କକେଶରୀ ଦାସ, କୁଳସଚିବ ପ୍ର. ସଂଯତ ସାହୁ, ଜିଏମ ବିଶ୍ୱବିଦ୍ୟାଳୟ ଡିନ ପ୍ର. କାମଦେବ ସାହୁ ସୁବ୍ରତ ପୃଷ୍ଟି, ଓଡ଼ିଆ ଅଧ୍ୟାପକ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ

 

Leave A Reply

Your email address will not be published.