ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର 

0

ଧର୍ମଗଡ଼ ଶୁସାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲଠାରେ ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ ଧର୍ମଗଡ ତରଫରୁ ସଂଗଠନର ସଭାପତି ଗୋପୀନାଥ ମହାନନ୍ଦଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ 50 ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ଇଟିଇଆଇର  ଛାତ୍ର-ଛାତ୍ରୀ, ଶିକ୍ଷକ ତଥା ଅଞ୍ଚଳର ସ୍ୱେଚ୍ଛାସେବୀ ଉତ୍ସାହର ସହିତ ଶିବିରରେ ରକ୍ତଦାନ କରିଥିଲେ। ଅର୍ଗାନାଇଯେସନର ଅଧ୍ୟକ୍ଷ ଗୋପୀନାଥ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ହୃଷିକେଶ ମିଶ୍ର, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବିଦ୍ୟାଧର ସାହୁ, ଚୈତନ୍ୟ ମେହେର, ଅଚ୍ୟୁତାନନ୍ଦ ମଲ୍ଲିକ, ଥବିର ପ୍ରସାଦ ସାହୁ ପ୍ରମୁଖ  ଯୋଗଦେଇ ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାତାଙ୍କ ପ୍ରବଳ ଉତ୍ସlହ  ଓ ଉପସଭାପତି ଉମେଶଚନ୍ଦ୍ର ଦୁରିଆଙ୍କ ପ୍ରଚେଷ୍ଟା ଯୋଗୁଁ ଅଞ୍ଚଳର ବହୁ ସ୍ବେଛାସେବୀ ରକ୍ତଦାନ କରିଥିଲେ | ରକ୍ତ ଅନ୍ୟର ଜୀବନ ରକ୍ଷା କରୁଥିବାରୁ ରକ୍ତଦାନ ମହତ ଦାନ ଆଖ୍ୟା ପାଇଥିବା ବେଳେ ରକ୍ତଦାନ ଏକ ନୈସର୍ଗିକ ଅନୁଭବ ବୋଲି ଅତିଥି ମାନେ କହିଥିଲେ |  ଶିବିରରେ ଶ୍ୟାମସୁନ୍ଦର ମାଝୀ,ସୁଶାନ୍ତ ରାଉତ, ଡମାର ପ୍ରଧାନ,ସୁଶୀଲ କୁମାର ଠାକୁର, କୃଷ୍ଣ ନାଏକ, ବୈକୁଣ୍ଠ ପୂଝାରୀ, ଥବିର ବାଗ, ଅରୁଣ ପଣ୍ଡିତ, ରୋବିନ ବାଗ, ଜୟକପୁର ଜାଲ, ପ୍ରଣବ ତାଣ୍ଡି, ମନୋଜ ବାଗ, କେଶବ ସୁନାନୀ ଙ୍କ ସମେତ 50ଜଣ ରକ୍ତଦାତା ସ୍ଵଇଚ୍ଛାରେ  ରକ୍ତ ଦାନ  କରିଥିଲେ | ସ୍ବେଛାସେବୀ ଧୀମାନ ନାଏକ, କମଳା କାନ୍ତ ବିହାରୀ, ରୋହିତ ବାଗ, ଅଜୟ ସୁନାନୀ, ଲବାଣୀ ଯାଦବଙ୍କ ସମେତ ଉମାକାନ୍ତ ସୁନାନୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ

Leave A Reply

Your email address will not be published.