ଉଦଯାପିତ ହେଲା ଉଦନ୍ତି ମହୋତ୍ସବ

0

http://www.youtube.com/watch?v=FlIS4ld4FYE 

ସିନାପାଲି/ ନିରାକାର ମେହେର :  ନୂଆପଡା ଜିଲ୍ଲା ସିନାପାଲି ହାଇସ୍କୁଲ ପଡିଆରେ ଗତ ତିନି ଦିନ ଧରି ଚାଲିଥିବା କଲା, ସାହିତ୍ୟ, ଓ ସଂସ୍କୃତି ର ପର୍ବ ଉଦନ୍ତି ମହୋତ୍ସବ 2020 ଉଦଯାପିତ ହୋଇଛି | ଏହି ଅବସର ରେ ପାଳନ କମିଟି ର ତତ୍ତ୍ୱବଧାନ ରେ ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ୟରେ ସାରସ୍ୱତ ଆସର ଅନୁଷ୍ଠିତ ହୋଇଥିଲା !ରବୀନ୍ଦ୍ରନାଥ ଯୋଶୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କବିତା ଆସର ରେ ମହୋତ୍ସବ ପାଳନ କମିଟି ସମ୍ପାଦକ ପ୍ରିୟରଞ୍ଜନ ମେହେର, ଗଙ୍ଗାଧର ସାରସ୍ୱତ ସମିତି ର ସଭାପତି ବୈଷ୍ଣବ ମେହେର, ଯୁବ ସାହିତ୍ୟିକ ଲଳିତ ସୁନାରି ପ୍ରମୁଖ ମଂଚାସୀନ ଥିଲେ  |

ଅଧ୍ୟାପିକା  ଧ୍ରୁବଚରଣ ପ୍ରଧାନ ସଂଯୋଜନା କରିଥିଲେ ଅସାରରେ ଶିବପ୍ରସାଦ ମେହେର, ସାନୁଜ୍ ମେହେର, ବବିତା ମେହେର, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ସିନାପାଲି ତହସିଲଦାର କପିଳଦେବ ସାହୁ, ପୂର୍ବ ଜିଲ୍ଲା ପରିଷଦ ଅଧକ୍ଷ ଲିଙ୍ଗରାଜ ଘିବେଲା, ଶଶୀଭୂଷଣ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଅଧ୍ୟାପକ ନବୀନ ଚନ୍ଦ୍ର ମେହେର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ !ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଦେବପୂଜନ ଓ ବେଦପାଠ କରିଥିବା ବେଳେ ସ୍ଵରସଂଗମ କଲାପରିଷଦ ସିନାପାଲି କଳାକାର ମାନେ ପ୍ରାରମ୍ଭିକ କରିଥିଲେ | ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ଜଗତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା 

 | ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅନୁଚୌଧୁରୀ ଓ ସମ୍ବଲପୁରୀ ମେଲୋଡି ଗ୍ରୁପ ତଥା ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏମାନେ ଦୀର୍ଘସମୟ ଧରି ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ |

 

Leave A Reply

Your email address will not be published.