ବରଗଡ(ଶାସକ ପ୍ରଶାସକ)-ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସମୁଦାୟ ୧୯୧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ନୋଡାଲ ଶିକ୍ଷକମାନଙ୍କୁ ନେଇ ଜାତୀୟ କୃମିନାଶକ ଅଭିଯାନ ସଂପାର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାକୁ ପାଇକମାଳ ବ୍ଳକର ସମସ୍ତ ନିମନ୍ତ୍ରିତ ଶିକ୍ଷକ ବୃନ୍ଦ ଆସି କର୍ମଶାଳାରେ ଭାଗନେଇଥିଲେ । ବିଭିନ୍ନ ଉପକେନ୍ଦ୍ରରେ କାର୍ଯ୍ୟରତ ମହିଳାସ୍ୱାସ୍ଥ୍ୟ କର୍ମୀ ସମେତ ସ୍ୱାସ୍ଥ୍ୟ ପରିଦର୍ଶକ ,ସି.ଆର.ସି.ସି, ଏ.ବି.ଇ.ଓ ପ୍ରମୁଖ କୃମିନାଶକ ବଟିକା ଆଲବେଣ୍ଡାଜୋଲ ସମ୍ପର୍କରେ ତାଲିମ ନେଇଥିଲେ । ଏହି କର୍ମଶାଳାରେ ମେଡିକାଲ୍ ଅଫିସର ଡଃ ସୁଶ୍ରୀ ମନସ୍ମିତା ଦଲେଇ ସଭାପତିତ୍ୱ କରିଥିବାବେଳେ ବି.ପି.ଏମ୍ ଶ୍ରୀ ବିଜୟ କୁମାର ସରାପ, ପି.ଏଚ୍.ଓ ଶ୍ରୀ ତୁଷ କୁମାର ଚନ୍ଦ୍ରକାର ପରିଚାଳନା କରିଥିଲେ । ଏକ ବର୍ଷରୁ ଉଣେଇଶ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏହି ବଟିକା ମାଗଣାରେ ଖାଇପାରିବେ। ଏହି ଜାତୀୟ କାର୍ଯ୍ୟକ୍ରମଟି ଆସନ୍ତା୧୦ ତାରିଖ ଓ ୧୭ ତାରିଖ ଦିନ ଆରମ୍ଭ ହେବ ବୋଲି ଡଃ ସୁଦିପ୍ତ କୁମାର ସାହୁ ଏବଂ ସୁପରଭାଇଜର ଶ୍ରୀ ରବିନ୍ଦ୍ର ମୋହନ ଦାଶ , ମହିଳା ପରିଦର୍ଶିକା ମେରିୟମ କୁଲୁଙ୍କ ଠାରୁ ପ୍ରକାଶ |
Sign in
Sign in
Recover your password.
A password will be e-mailed to you.
Next Post