ତିନିଦିନିଆ ମାଲକାନଗିରି ଓ କୋରାପୁଟ ଗସ୍ତରେ ମନ୍ତ୍ରୀ  ତୁଷାରକାନ୍ତି 

0

ଭୁବନେଶ୍ୱର,(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତିନିଦିନିଆ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଛନ୍ତିା ଆସନ୍ତା ଫେବୃଆରୀ ୭ ତାରିଖ ଶୁକ୍ରବାରଠାରୁ ୯ ତାରିଖ ରବିବାର ପର୍ଯ୍ୟନ୍ତ ଏହି ଗସ୍ତରେ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବୋ ୭ ତାରିଖରେ ମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ପହଂଚିବା ସହ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ଜିଲ୍ଲା ପ୍ରଶାସନ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛିା ଏଥି ସହିତ ଏହି ଦିନ ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ମାଲ୍ୟବନ୍ତ ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ୮ ତାରିଖ ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ଜିଲ୍ଲା ମହିଳା ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେବୋ ଏହିଦିନ ଅପରାହ୍ନରେ କୋରାପୁଟ, ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ଏକ ଭାରତ ଶ୍ରେଷ୍ଠ ଭାରତ ଉତ୍ସବରେ ଯୋଗଦେବୋ ୯ ତାରିଖ ପୂର୍ବାହ୍ନରେ ସୁନାବେଡାରୁ ଜୟପୁର ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛିା ମନ୍ତ୍ରୀଙ୍କ ଏହି ଗସ୍ତ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଜନଜାତି ସଂସ୍କୃତି ଓ ପରମ୍ପରା ଏବଂ ପର୍ଯ୍ୟଟନର ବିକାଶରେ ବେଶ୍ ଫଳପ୍ରଦ ହେବ ବୋଲି ଆଶା ରହିଛିା 

 

Leave A Reply

Your email address will not be published.