ବେଆଇନ କରତ କଳ ଉପରେ ଚଢ଼ାଉ : ବିପୁଳ ପରିମାଣ ଚୋରା କାଠ ଜବତ

0

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ସହର ବଡବଜ଼ାର ଅଂଚଳରେ ବେଆଇନ କରତ କଳ ଚାଲୁଥିବା ସୂଚନା ପାଇଁ ମଙ୍ଗଳବାର ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଚୋରା କାଠ ଜବତ କରିଛି l ଜବତ କାଠର ବଜାର ମୂଲ୍ୟ ଆନୁମାନିକ ତିନି ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯlଇଛି l 

ଏହି କରତ କଳର ସମସ୍ତ ମେସିନ କୁ ବନ ବିଭାଗ ଜବତ କରିବା ସହ  କଳ କୁ ସିଲ କରାଯାଇଛି l ଘଟଣାସ୍ଥଳରୁ 22 ଖଣ୍ଡ ଶାଗୁଆନ ଗଣ୍ଡି ସହ 220 ଘନ ଫୁଟ କାଠ ଜବତ ହୋଇଛି l  IFS ଲଳିତ ପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ACF ଗୋକୁଳ ଚନ୍ଦ୍ର ପାଇକ, ତେଜରାଜ ନାୟକ, ରେଞ୍ଜ ଅଫିସର ପ୍ରଭାକର ବେହେରା, ହରିହର ପାତ୍ର, ଫରେଷ୍ଟର ଭାରତୀ ମହାନନ୍ଦ, ହିମାଂଶୁ ସେଠ, ପ୍ରଶାନ୍ତ ଓରାମ, ଟଙ୍କଧର ରାଉତ, ଫରେଷ୍ଟ ଗାର୍ଡ ଅଜିତ ସାହୁ, ସସ୍ମିତା ବେହେରା, ପ୍ରଭାସିନୀ ପରିଡା, ସୁନିତା ମୁଣ୍ଡା ପ୍ରମୁଖ ସାମିଲ ଥିଲେ  ।

Leave A Reply

Your email address will not be published.