ଅନୁଗୋଳ / ଶାସକ ପ୍ରଶାସକ: ଅନୁଗୋଳ ଜିଲ୍ଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର କର୍ତ୍ତୁପକ୍ଷଙ୍କ ପରିଚାଳନଗତ ତ୍ରୁଟି ଯୋଗୁଁ ଛାତ୍ରମାନେ ଆଜି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ମହାବିଦ୍ୟାଳୟର ପୁରୁଷ ଅନ୍ତେବାସୀଙ୍କ ଛାତ୍ରାବାସ ବନ୍ଦ ହେବାରୁ ଛାତ୍ରମାନେ ଏହି ଧାରଣା ଦେଇଛନ୍ତି ବୋଲି ଛାତ୍ରମାନେ କହିଛନ୍ତି । କିଛି ଧାରଣାରେ ବସିବା ପରେ ଛାତ୍ର ମାନେ ଏକ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟରଙ୍କୁ ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ପରିଚାଳନା କମିଟିର ପରିଚାଳନାଗତ ତ୍ରୁଟି ପାଇଁ ମେସରେ ବିଭିନ୍ନ ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ ପତ୍ରରେ ଅଭିଯୋଗ କରିଛନ୍ତି । ଏସବୁ ସମସ୍ୟାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ର ମାନେ ଧାରାଣାରୁ ଓହରିଛନ୍ତି I
Sign in
Sign in
Recover your password.
A password will be e-mailed to you.